ନୂଆଦିଲ୍ଲୀ : ପାକିସ୍ତାନର ଇଣ୍ଟର ସର୍ଭିସେ ପବ୍ଲିକ୍ ରିଲେସନ୍ (ଆଇଏସପିଆରର) ମହାନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ୍ ଚୌଧୁରୀଙ୍କ କହିବାନୁଯାୟୀ ଭାରତ ସେମାନଙ୍କର ୩ଟି ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛି। ଯାହାର ଜବାବ ଦେବାକୁ ଯାଇ ଆମେ ପଞ୍ଜାବର ଶିଖ୍ ଅଞ୍ଚଳରେ ୬ଟି ବଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରିଥିଲୁ। ଆହୁରି ମଧ୍ୟ ସେ କହିଛନ୍ତି ଭାରତ ଯାହା ଆରମ୍ଭ କରିଛି , ଆମ ସେନା ତାହା ଶେଷ କରିବାକୁ ଯାଉଛନ୍ତି। ଭାରତର ଅପରେସନ୍ ସିନ୍ଦୂର ପକ୍ଷରୁ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରାଯାଉଛି।
ପାକିସ୍ତାନ ମଧ୍ୟ ଭାରତୀୟ ସୈନ୍ୟ ଠକଣାକୁ ଟାର୍ଗେଟ୍ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଯାହାର ନାମ ରଖାଯାଇଛି ଅପରେସନ୍ ବୁନ୍ୟାନ୍ ଅଲ୍ ମର୍ସୁସ୍ । ଏହି ଅପରେସନ୍ ଦ୍ଵାରା ପାକିସ୍ତାନ ଭାରତର ଆବାସିକ ଅଞ୍ଚଳ ଗୁଡିକୁ ଠାବ କରି ଘନ ଘନ ଆକ୍ରମଣ ଜାରି ରଖିଛି। ଯାହାର ମୁହଁତୋଡ ଜବାବ ଦେଉଛି ଭାରତ। ତେବେ ଆସନ୍ତୁ ଜାଣିବା ଅପରେସନ୍ ବୁନ୍ୟାନ୍ ଅଲ୍ ମର୍ସୁସ୍ ର ଅର୍ଥ କଣ ? ଏହାର ଅର୍ଥ ହେଉଛି କାଚ ଭଳି ଏକ କାନ୍ଥ, ଯାହା ବହୁତ୍ ମଜବୁତ୍। ଏହି ନାମ ସହିତ ପାକିସ୍ତାନ ନିଜକୁ ଦୁନିଆ ସାମ୍ନାରେ ମଜବୁତ୍ ଦେଖାଇବାକୁ ଚାହେଁ।



