www.samajalive.in
Saturday, December 6, 2025
14.1 C
Bhubaneswar

ଚାଷଜମିରେ ପଡିଲା ପାକ୍‍ର ଫତେହ-୨ ମିସାଇଲ; ଟାର୍ଗେଟରେ ଥିଲା ଦିଲ୍ଲୀ

ସମାଜ ଡିଜିଟାଲ ଡେସ୍କ: ରାତି ହେଲେ ମାତୁଛି ସୈତାନ ପାକିସ୍ତାନୀ ସେନା । ସୀମାନ୍ତରେ କ୍ରମାଗତ ଅସ୍ତ୍ରବିରତି ଉଲ୍ଲଘଂନ କରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛି । ଜାମ୍ମୁ-କାଶ୍ମୀର, ରାଜସ୍ଥାନ, ପଞ୍ଜାବର ସୀମାନ୍ତ ଅଞ୍ଚଳରେ ସନ୍ଧ୍ୟା ପରେ ଗୁଳିଗୋଳା କରୁଛି । ତୁର୍କୀ ଓ ଚୀନଠାରୁ ଦାନରେ ମିଳିଥିବା ଶସ୍ତା ଡ୍ରୋନରେ ଚଳାଇଛି ଆକ୍ରମଣ । ଶକ୍ରୁବାର ୨୬ ସହରରେ ୪୦ରୁ ଅଧିକ ଡ୍ରୋନ ମାଡ କରିଥିଲା ପାକିସ୍ତାନ । ହେଲେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହି ସମସ୍ତ ଡ୍ରୋନକୁ ଆକାଶମାର୍ଗରେ ନିଷ୍କ୍ରିୟ କରିଛି ।

ହରିୟାଣାରେ ଶୁକ୍ରବାର ସନ୍ଧ୍ୟାରେ ହଠାତ ତିନୋଟି ବିସ୍ଫୋରଣ ହେଲା ପରେ ସହରରେ ବିଦ୍ୟୁତ ସଂଯୋଗ ବନ୍ଦ କରାଯିବା ସହ ଘରେ ଘରେ ଲାଇଟ୍‍ ବନ୍ଦ କରଯାଇଥିଲା । ଶୁକ୍ରବାର ରାତିରେ ପାକିସ୍ତାନ ଦିଲ୍ଲୀକୁ ଟାର୍ଗେଟ କରି ଫତେହ-୨ ମିସାଇଲ ମାଡ କରିଥିଲା । ସିର୍ସା ଠାରେ ଏହାକୁ କଡା ଜବାବ ଦେଇ ଅଟକାଯାଇଥିଲା । ଶନିବାର ସକାଳୁ ରାନିଆ ରୋଡ ନିକଟରେ ଖାଜା ଖେଡା ଗାଁର ଚାଷ ଜମିରେ ପାକିସ୍ତାନ କ୍ଷେପଣାସ୍ତ୍ରର ଖଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା । ଭାରତୀୟ ସେନା ଏହାକୁ ଜବତ କରିଛି । ଦିଲ୍ଲୀକୁ ଟାର୍ଗେଟ କରି ଏହି ମିସାଇଲ ମାଡ କରାଯାଇଥିବା ସେନା ପକ୍ଷରୁ ସୂଚନା ମିଳିଛି ।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories