www.samajalive.in
Saturday, December 6, 2025
14.1 C
Bhubaneswar

ଯୁଦ୍ଧ ସମୟରେ ଜାଗତିଆର

ଭୁବନେଶ୍ଵର: ମାନବ ସଭ୍ୟତାର ବିଡ଼ମ୍ବନା ଯେ ଇତିହାସରେ ସର୍ବଦା ଯୁଦ୍ଧ ଓ ହିଂସାର ପରିବେଶ ରହିଆସିଛି। ରାଜତନ୍ତ୍ର ଏବଂ ସାମନ୍ତବାଦୀ ଯୁଗରେ ଶକ୍ତିଶାଳୀ ଶାସକମାନେ ନିଜର ରାଜ୍ୟ ବିସ୍ତାର ପାଇଁ ସର୍ବଦା ଯୁଦ୍ଧରେ ସମ୍ପୃକ୍ତ ହେଉଥିଲେ। ସଭ୍ୟତାର ଇତିହାସରେ ଏପରି କୌଣସି ଶତାବ୍ଦୀ ନାହିଁ ଯେଉଁ ଶତାବ୍ଦୀରେ କୌଣସି ଯୁଦ୍ଧର ପରିବେଶ ସୃଷ୍ଟି ହୋଇନାହିଁ। ଗତ ଏପ୍ରିଲ ୨୨ରେ ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ଜୀବନ ହରାଇଥିବାବେଳେ ୨୦ ଜଣ ଆହତ ହୋଇଥିଲେ। ପାକିସ୍ତାନରେ ଆଶ୍ରିତ ସନ୍ତ୍ରାସବାଦୀଙ୍କୁ ଦାୟୀ କରାଯାଉଥିବାବେଳେ ଭାରତ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହେଉଛି। ପ୍ରଥମ ପଦକ୍ଷେପ ପାକିସ୍ତାନ ସହିତ ସମସ୍ତ ବୈଦେଶିକ ସମ୍ପର୍କ ଛିନ୍ନ କରିଥିବାବେଳେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ଉଭୟଙ୍କୁ ଆକ୍ଷେପ ପ୍ରତିଆକ୍ଷେପ କରୁଛନ୍ତି। ସେପଟେ ସୀମାରେ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ। ପରିସ୍ଥିତି ଏପରି ହୋଇଛି, ଯେ କୌଣସି ସମୟରେ ଯୁଦ୍ଧ ଘୋଷଣା ହୋଇପାରେ। ଭାରତ ସରକାର ତିନି ସେନାକୁ ସ୍ବାଧୀନତା ଦେଇଛନ୍ତି। ମେ ୬ ତାରିଖ ମଧ୍ୟରାତ୍ରିରେ ‘ଅପରେସନ ସିନ୍ଦୂର’ରେ ସଫଳତାର ସହ ଆକ୍ରମଣ ହୋଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ ଏଥିରେ ଶତାଧିକ ସନ୍ତ୍ରାସବାଦୀ ମୃତ୍ୟୁ ବରଣ କରିଥିଲାବେଳେ ୯ଟି ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଛି। କାର୍ଯ୍ୟାନୁଷ୍ଠାନର ନାମ ‘ଅପରେସନ ସିନ୍ଦୂର’ ଦେବାର କାରଣ ହେଉଛି ଆତଙ୍କବାଦୀ ଆକ୍ରମଣରେ ଅନେକ ମହିଳାଙ୍କ ମଥାର ସିନ୍ଦୂରଟୋପା ଲିଭି ଯାଇଥିବାରୁ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ବଡ଼ ଯୁଦ୍ଧ ଦେଖିବାକୁ ମିଳିଛି। ଭାରତ- ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ଦୀର୍ଘ ୫୬ ଦିନ ଧରି ହୋଇଥିଲା; ଯେଉଁଥିରେ ଅନେକ ସେନା ମଧ୍ୟ ପ୍ରାଣ ହରାଇ ଦେଶ ପାଇଁ ସହିଦ ହୋଇଛନ୍ତି। ୧୯୯୯ ମସିହାରେ ଏହି ଯୁଦ୍ଧ ହୋଇଥିବାବେଳେ ୫ରୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କେବଳ ଲଢ଼ୁଆ ବିମାନରୁ ବୋମା ପକାଇବା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ପାକିସ୍ତାନ ଏହାଠାରୁ ବହୁତ କମ୍ ଖର୍ଚ୍ଚ କରିଥିଲା। ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଯଦି ଏବେ ଯୁଦ୍ଧ ହୁଏ ତା’ହେଲେ ଭାରତ ଦୈନିକ ୨୦୦୦ କୋଟି ଟଙ୍କା ଦୈନିକ ଖର୍ଚ୍ଚ କରିପାରିବ। ସେପଟେ ପାକିସ୍ତାନ ଦୈନିକ ୩୦୦ରୁ ୪୦୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବ।
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧ ସ୍ଥିତିରେ ପହଞ୍ଚି ସାରିଛି। ପୂର୍ଣ୍ଣ କ୍ଷମତା ସହ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ତିନି ସେନା, ଜଳ-ସ୍ଥଳ-ଆକାଶ ମାର୍ଗରେ ଘନ ଘନ ଚାଲିଛି ସମରାଭ୍ୟାସ। ଏପରି ସ୍ଥଳେ ଯଦି ବାସ୍ତବରେ ଭାରତ-ପାକିସ୍ତାନ ଯୁଦ୍ଧ ହୁଏ, ତା’ହେଲେ କେଉଁ ଦେଶ କାହାକୁ ସମର୍ଥନ କରିବ ସେ ନେଇ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ବିଶେଷ କରି ଇସଲାମିକ ଦେଶମାନଙ୍କ ସହ ଭାରତର ଉତ୍ତମ ବ୍ୟାବସାୟିକ ସହଯୋଗୀ ଥିବା ସାଉଦି ଆରବ, କାତାର, ୟୁଏଇ ଆଦି ରାଷ୍ଟ୍ରଗୁଡିକ କାହାକୁ ସମର୍ଥନ କରିବେ ଏ​‌େ​‌ବ ଦ୍ବନ୍ଦ୍ବରେ? ଯଦି ଦେଖାଯାଏ, ଇସଲାମିକ ଦେଶଗୁଡିକ ଧାର୍ମିକ ଏକତା ଅପେକ୍ଷା ସେମାନଙ୍କ ଭୂ-ରାଜନୈତିକ, ଅର୍ଥନୈତିକ ଲାଭ ଏବଂ ଆଞ୍ଚଳିକ ସ୍ଥିରତାକୁ ପ୍ରାଧାନ୍ୟ ଦେଉଛନ୍ତି। ଇରାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ପୂର୍ବରୁ ମଧ୍ୟସ୍ଥତା ପ୍ରସ୍ତାବ ଦେଇସାରିଛି। ପାକିସ୍ତାନକୁ ସମର୍ଥନ ଦେବା ପରିବର୍ତ୍ତେ ନିଜକୁ ଏକ ନିରପେକ୍ଷ ପକ୍ଷ ଭାବରେ ଛିଡା କରାଇଛି। ଅଧିକାଂଶ ଇସଲାମିକ ରାଷ୍ଟ୍ର ପାକିସ୍ତାନ ସପକ୍ଷରେ ଛିଡା ହେବାକୁ ସଙ୍କୋଚ କରୁଛନ୍ତି। ଏହାର ବଡ଼ କାରଣ ହେଲା ଭାରତ ସେହି ଦେଶଗୁଡିକ ଲାଗି ଏକ ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟାବସାୟିକ ସହଯୋଗୀ। ଏହି ଦୃଷ୍ଟିରୁ ସେମାନେ ଭାରତ ସହ ନିଜର ସମ୍ପର୍କ ଖରାପ କରିବାକୁ ଚାହୁନାହାନ୍ତି। ୧୯୭୧ ମସିହା ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ବର୍ଷ ଭାରତ ପାକିସ୍ତାନକୁ ଯେଉଁ ଧକ୍କା ଦେଇଥିଲା, ତାହା ଆଜି ବି ଭୁଲିନି ଇସଲାମାବାଦ। ଆଉ ଯୁଦ୍ଧ ପାଇଁ ପାକିସ୍ତାନ ଭାରତକୁ ଉସୁକାଇ ପୂର୍ବକଥା ଯେତେବେଳେ ମନେ ପକାଏ ସେତେବେଳେ ନିଜ ଆଡ଼ୁ ଥଣ୍ଡା ହୋଇଯାଏ। ପାକିସ୍ତାନକୁ ଭାରତ କଡ଼ା ଜବାବ ଦେବାର ପରିଣାମ ଥିଲା ବାଂଲାଦେଶ ଜନ୍ମ।
ଜାତୀୟ ବିପର୍ଯ୍ୟୟ କିମ୍ବା ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟ ଓ ଦକ୍ଷତା ସମାଜ ପାଇଁ ଗୁରୁତ୍ବପୂର୍ଣ୍ଣ ଓ ପ୍ରେରଣାଦାୟକ। ସାମାଜିକ ଓ ଯୁବ ସଂଗଠନ ମଧ୍ୟରେ ବେସାମରିକ ପ୍ରତିରକ୍ଷା ବାହିନୀର କାର୍ଯ୍ୟଦକ୍ଷତା ପ୍ରଶଂସନୀୟ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଏନ୍. ସି. ସି, ଜାତୀୟ ସେବା ଯୋଜନା​ ‌େ‌ସ୍ବଚ୍ଛାସେବୀ, ଯୁବ ରେଡକ୍ରସ୍ ଓ ସ୍କାଉଟ୍ସ ଗାଇଡ୍ସ ଛାତ୍ରଛାତ୍ରୀମାନେ ସଚେତନତାର ବାର୍ତ୍ତାକୁ ବହୁଳ ପରିମାଣରେ ପ୍ରଚାର ପ୍ରସାର କରିଥାନ୍ତି। କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦ୍ବାରା ଗ୍ରାମାଞ୍ଚଳର ବିକାଶ ଦିଗରେ କାର୍ଯ୍ୟକ୍ରମ କରିବା ନିମନ୍ତେ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ପ୍ରତିଷ୍ଠା କରାଯାଇଛି ନେହେରୁ ଯୁବ କେନ୍ଦ୍ର। ଯୁଦ୍ଧ ସମୟରେ ଭାରତୀୟ ଜନସାଧାରଣ ଅସାଧାରଣ ସାହସ ଓ ଏକତା ପ୍ରଦର୍ଶନ କରିବା ଉଚିତ। ବିଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ଯୋଗାଇ ଦେବା ସହ ସେମାନଙ୍କ ମନରେ ସର୍ବଦା ସାହସିକତା ଓ ଧୈର୍ଯ୍ୟ ଶକ୍ତିକୁ ଜାଗରଣ ଭାବନା ସୃଷ୍ଟି କରିବା। ଶତ୍ରୁ ଆକ୍ରମଣରେ ଆହତ ନିରୀହ ଲୋକଙ୍କର ପ୍ରାଥମିକ ଚିକିତ୍ସା, ବିପଦ ପୂର୍ଣ୍ଣ ସ୍ଥାନରୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତରିତ କରିବା ଯୁବ ବର୍ଗ ଏହାକୁ ସୁଚାରୁରୂପେ ସମ୍ପାଦନା କରିପାରନ୍ତି। ତେଣୁ ଯୁଦ୍ଧ ସମ୍ଭାବନାକୁ ଆଖିରେ ରଖି ଜିଲା ପ୍ରଶାସନ ଜରୁରୀକାଳୀନ ବିଭାଗ ବେସାମରିକ ପ୍ରତିରକ୍ଷା ବାହିନୀର ସହଯୋଗରେ ସମସ୍ତ ଯୁବ ସଂଗଠନକୁ ଆପଦ୍‌ କାଳୀନ ସମୟରେ ଜରୁରୀ ସେବା ଯୋଗାଇଦେବାକୁ ତାଲିମ ପ୍ରଦାନ କରିଥାନ୍ତି। ଯୁଦ୍ଧ ସମୟରେ ଯୁଦ୍ଧ ସାଇରନ୍ ସାଧାରଣ ଲୋକଙ୍କୁ ଶତ୍ରୁ ଆକ୍ରମଣର ସୂଚନା ଦେଇଥାଏ। ଶତ୍ରୁ ଆକ୍ରମଣ ବେଳେ କେମିତି ସାଧାରଣ ଲୋକେ ଆତ୍ମରକ୍ଷା କରିବେ, ଯୁଦ୍ଧ ହେଲେ କେଉଁଠି ରହିବେ, ଗୁଳିଗୋଳା ଓ ବୋମା ବର୍ଷଣ ସମୟରେ କୁଆଡ଼େ ଯାଇ ଲୁଚିବେ, ଏସବୁ ଅଭ୍ୟାସ ସହ ମକ୍‌ଡ୍ରିଲ୍ ମାଧ୍ୟମରେ ସମସ୍ତ ​‌େ​‌ସ୍ବଚ୍ଛାସେବୀ ଅନୁଷ୍ଠାନ ଓ ଯୁବ ବର୍ଗ ନିଜ ପରିବାର ଓ ସମ୍ପର୍କୀୟମାନଙ୍କୁ ସଚେତନ କରିଥାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories