www.samajalive.in
Sunday, December 7, 2025
14.1 C
Bhubaneswar

ଆଇଏମଏଫକୁ ଓମାରଙ୍କ କଡ଼ା ସମାଲୋଚନା

ସମାଜ ଡିଜିଟାଲ ଡେସ୍କ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)କୁ କଡ଼ା ସମାଲୋଚନା କରିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ପାକିସ୍ତାନ ସୀମାପାର ଆତଙ୍କବାଦକୁ ପାଣ୍ଠି ଯୋଗାଇବା ସହିତ ଭାରତର ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏପରି ପରିସ୍ଥିତିରେ ଆଇଏମଏଫ କିପରି ପାକିସ୍ତାନକୁ ଋଣ ପ୍ରଦାନ କଲା ବୋଲି ଓମାର ପ୍ରଶ୍ନ କରିଛନ୍ତି।

ଓମାର କହିଛନ୍ତି, ଅନ୍ତର୍ଜାତୀୟ କମ୍ୟୁନିଟି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଉତ୍ତେଜନା ହ୍ରାସ ପାଇଁ କିପରି ଚିନ୍ତା କରୁଛି। ଗୋଟିଏ ପଟେ ଯୁଦ୍ଧ ବନ୍ଦ କରିବାକୁ କହୁଥିବା ସମୟରେ ଅନ୍ୟପଟେ ଅନ୍ତର୍ଜାତୀୟ ସଂସ୍ଥା ପାକିସ୍ତାନକୁ ପାଣ୍ଠି ଯୋଗାଉଛି। ଏହି ପାଣ୍ଠିକୁ ପାକିସ୍ତାନ ଯୁଦ୍ଧାସ୍ତ୍ର କ୍ରୟରେ ବିନିଯୋଗ କରି ଜାମ୍ମୁ-କାଶ୍ମୀରର ପୁଞ୍ଚ, ରଜୌରୀ, ଉରି ଟାଙ୍ଗଧର ଏବଂ ଅନ୍ୟ ସ୍ଥାନକୁ ଧ୍ବଂସ କରୁଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଆଇଏମଏଫର ଏକ ବୈଠକରେ ପାକିସ୍ତାନକୁ ୧୩୦ କୋଟି ଡଲାରର ଋଣ ମଞ୍ଜୁରୀ କରାଯାଇଛି। ଏହି ବୈଠକରେ ଭାରତ ଭୋଟ ଦେବାରୁ ବିରତ ରହିଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories