bjd gruha runa banner

ପାକ୍‌ ଗୁଳିରେ ଯବାନ ସହିଦ୍‌, ୪ ଆହତ

bjd  ek lkhya koti banner
0

ଜାମ୍ମୁ : ପାକିସ୍ତାନ ମଙ୍ଗଳବାର ଜାମ୍ମୁ କାଶ୍ମୀର ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପାକିସ୍ତାନ ସେନା ଜାମ୍ମୁ କାଶ୍ମୀର ପୁଞ୍ଝ ଜିଲାର କୃଷ୍ଣା ନିୟନ୍ତ୍ରଣ ରେଖା ନିକଟରେ ଭାରତ ସେନା ଶିବିରକୁ ଲକ୍ଷ୍ୟ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର ମାଡ଼ କରିଛି । ଏଥିରେ ଭାରତ ସେନାର ଜଣେ ଯବାନ ସହିଦ ହୋଇଥିବାବେଳେ ଜଣେ ଲେଫ୍ଟନାଣ୍ଟ ଅଧିକାରୀ, ୨ ଜିସିଓଙ୍କ ସମେତ ଆଉ ୪ ଜଣ ଯବାନ ଆହତ ହୋଇଛନ୍ତି । ଜଣେ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ସକାଳ ପ୍ରାୟ ୭ଟା ବେଳେ ପାକିସ୍ତାନ ସେନା କୃଷ୍ଣା ଘାଟି ନିକଟରେ ହଠାତ୍‌ ଗୁଳିଗୋଳା ବର୍ଷଣ କରିଥିଲା । ପ୍ରତିଜବାବରେ ଭାରତ ସେନା ପକ୍ଷରୁ ଗୁଳିଗୋଳା ବିନିମୟ ହୋଇଥିଲା । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଗୁଳିଗୋଳା ବିନିମୟ ହୋଇଥିଲା । ଏଥିରେ ଆହତ ଜଣେ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ଆହତ ଯବାନମାନେ ଚିକିତ୍ସାଧୀନ ଅଛନ୍ତି । ପ୍ରକାଶ ଯେ ୩ ଦିନ ହେଲା ପାକିସ୍ତାନ ସେନା ରାଜୌରୀରେ ଥିବା ଭାରତୀୟ ସେନା ଶିବିର ଓ ସୀମାନ୍ତ ଗ୍ରାମଗୁଡ଼ିକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରୁଛି । ଚଳିତ ବର୍ଷର ମାତ୍ର ୩ ମାସ ମଧ୍ୟରେ ପାକିସ୍ତାନ ଆନ୍ତର୍ଜାତିକ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ୬୫୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଏଥିରେ ଭାରତର ୧୩ ଯବାନ ସହିଦ ହୋଇଥିବାବେଳେ ୧୪ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ।

Leave A Reply