୨୦୧୮ରେ ୧୦୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ

0

ନୂଆଦିଲ୍ଲୀ : ପାକିସ୍ତାନ ୨୦୧୮ରେ ଜାମ୍ମୁ କାଶ୍ମୀର ସୀମାରେ ୧,୦୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ବୋଲି ଗୁରୁବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନ ୨୦୧୩ ଅସ୍ତ୍ରବିରତି ବୁଝାମଣାକୁ ଅକାରଣେ ଉଲ୍ଲଙ୍ଘନ କରିଛି। ଏଥି ଯୋଗୁ ଜାମ୍ମୁ କାଶ୍ମୀରରେ ଧନ ଜୀବନ ନଷ୍ଟ ହୋଇଛି ଓ ଭାରତ ଏହାକୁ ଗୁରୁତର ସହ ନେଇଛି। ଭାରତ ସୀମାରେ ଆତଙ୍କବାଦଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସୈନ୍ୟ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛନ୍ତି ବୋଲି ରବୀଶ କହିଛନ୍ତି। ରମଜାନ ମାସରେ ଭାରତୀୟ ସେନା ଜାମ୍ମୁ କାଶ୍ମୀରରେ ସମସ୍ତ ସାମରିକ ଅଭିଯାନ ବନ୍ଦ ରଖିଛି। ସେହିପରି ସୀମାରେ ଯୁଦ୍ଧବିରତିକୁ ପାଳନ କରୁଛି। ମାତ୍ର ପାକିସ୍ତାନ ବାରମ୍ବାର ଯୁଦ୍ଧବିରତି ଉଲ୍ଳଙ୍ଘନ କରୁଛି ଓ କେବଳ ୨୦୧୮ରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିସାରିଛି।

Leave A Reply