www.samajalive.in
Sunday, December 7, 2025
14.1 C
Bhubaneswar

ପଦ୍ମପୁର ଲ୍ୟାମ୍ପ୍‌ସ ତରଫରୁ ପଞ୍ଚାୟତସ୍ତରୀୟ ବ୍ୟାଙ୍କିଂ ସେବା ସହ ଋଣ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ପ୍ରତି ପଞ୍ଚାୟତରେ ହେଉଛି ସମବାୟ ବ୍ୟାଙ୍କ ତରଫରୁ ସଚେତନତା କାର୍ଯ୍ୟକ୍ରମ। ଏହି କ୍ରମରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ସମସ୍ତ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଡେରିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ଲ୍ୟାମ୍ପ ସଭାପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଡେରିଙ୍ଗା ସରପଞ୍ଚ ମାଗୁଣି ଶବର, ନାଇରା ସରପଞ୍ଚ ତୁଳସା ଶବର, ଜିଲ୍ଲାପରିଷଦ ସଭ୍ୟା ଡରଗିନ ଶବର ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବରେ ସମବାୟ ବ୍ୟାଙ୍କ ମ୍ୟାନେଜର ସୁଜିତ କୁମାର ପଟ୍ଟନାୟକ, ସୁପରଭାଇଜର ପ୍ରଫୁଲ କୁମାର ଷଡ଼ଙ୍ଗୀ, ଆକାଉଟେଣ୍ଟ ବାମଦେବ ପଟ୍ଟନାୟକ, ଲ୍ୟାମ୍ପ ଏମଡି ଗୁପ୍ତ ପ୍ରସାଦ ପନଡା, ଡାଇରେକ୍ଟର ଦୁର୍ଗା ପ୍ରସାଦ ସାହୁ, ଡେରିଙ୍ଗା ସରପଞ୍ଚ ମାଗୁଣି ଶବର ନାଇରା ସରପଞ୍ଚ ତୁଳସା ଶବର ପ୍ରମୁଖ ମଞ୍ଚାସୀନ ରହିଥିଲେ। ତେବେ ସମସ୍ତ ଅତିଥିମାନେ ସମବାୟ ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ବିନା ସୁଧରେ କୃଷିଋଣ ଓ ଅନ୍ୟାନ୍ୟ ସେବା ପ୍ରଦାନ ଉପରେ ଆଲୋକପାତ କରିଥିଲେ। ଏହି ସମୟରେ ନାଇରା, ଗୁଡିଆବନ୍ଧ ଏବଂ ଡେରିଙ୍ଗାର ଅନେକ ମହିଳା ସଂୟ ସହାୟକ ଗୋଷ୍ଠି ଏବଂ ଚାଷୀମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ସୁରେଶ ମିଶ୍ର, ରାମପ୍ରସାଦ ମିଶ୍ର, ଖଲି ଜେନା ଓ ରବିଶଙ୍କର ମିଶ୍ର ପରିଚାଳନା କରିଥିଲେ। ଶେଷରେ ପଦ୍ମପୁର ଏମ୍‌ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହା ପୂର୍ବରୁ ଗୁଲୁଗୁଡା, ଲିକିଟିପଦର ଏବଂ ନୁଆଗଡ ପଞ୍ଚାୟତକୁ ନେଇ ନୁଆଗଡ ପଞ୍ଚାୟତ କାର୍ୟ୍ୟଳୟରେ ଏହି କର୍ମଶାଳା ଆନୁଷ୍ଠିତ ହୋଇଥିଲା। ସେହିପରି ପଦ୍ମପୁର, ଖମାପଦର, ଖିଲାପଦର ଏହି ତିନି ପଞ୍ଚାୟତକୁ ନେଇ ପଞ୍ଚାୟତ ପରିସରରେ ଋଣ କର୍ମଶାଳା ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories