www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାରେ ୧୪ ଦିନରୁ ୨୧ ଦିନ ବଢ଼ିପାରେ ସଙ୍ଗରୋଧ ଅବଧି

ଭୁବନେଶ୍ବର: ଓଡ଼ିଶାରେ ବଢ଼ିପାରେ ସଙ୍ଗରୋଧ ଅବଧି । ୧୪ ଦିନରୁ ଏହାକୁ ୨୧ ଦିନ ବୃଦ୍ଧି କରାଯାଇପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ଡ଼ା. ଶ୍ରୀନାଥ ରେଡ଼ିଙ୍କ ମଧ୍ୟରେ ଭିଡ଼ିଓ କନ୍ଫରେନ୍ସ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

- Advertisement -

ଆଜି ଶ୍ରୀ ରେଡ଼ି ଭିଡ଼ିଓ କନ୍ଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଜିଲା ମୁଖ୍ୟାଳୟରେ ୧୩ ମନ୍ତ୍ରୀ, ଲୋକସେବା ଭବନରେ ୭ ମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ଓ ଅନ୍ୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ କୋବିଦ-୧୯ ଭୂତାଣୁ ସଂକ୍ରମଣ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଓ ଆସନ୍ତା ୬ ମାସ ମଧ୍ୟରେ କରୋନା ପ୍ରତିଷେଧକ ଟୀକା ବାହାରିବା ସମ୍ଭାବନା ଅଛି ବୋଲି ମଧ୍ୟ କହିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ସଙ୍ଗରୋଧ ବ୍ୟବସ୍ଥାକୁ ୧୪ ଦିନରୁ ୨୧ ଦିନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ଏ ସମ୍ପର୍କରେ ଖୁବ୍ ଶୀଘ୍ର ରାଜ୍ୟ ସରକାର ନୂତନ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି ବୋଲି ସୂଚନା ମିଳିଛି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories