www.samajalive.in
Saturday, December 6, 2025
16.1 C
Bhubaneswar

କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନ ସମର୍ଥନରେ ପୁଣି ଥରେ ବାହାରିଲା ତୁର୍କୀ

ପାକିସ୍ଥାନ ପ୍ରତିଦିନ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ମଞ୍ଚରେ ଉଠାଇବାକୁ ଚେଷ୍ଟା କରୁଛି, ମାତ୍ର ତାହା ସଫଳ ହୋଇପାରୁନାହିଁ । ମାତ୍ର ଏବେ ପାକିସ୍ଥାନକୁ କାଶ୍ମୀର ପ୍ରସଙ୍ଗରେ ତୁର୍କୀର ସମର୍ଥନ ମିଳିଛି । ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗାନ ପାକ୍ ରାଷ୍ଟ୍ରପତି ଆରିଫ୍ ଅଲ୍ଲଭୀ ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହ ଫୋନରେ ବାର୍ତାଳାପ ଅବସରରେ କାଶ୍ମୀର ପ୍ରସଙ୍ଗରେ ତାଙ୍କ ଦେଶ ପାକିସ୍ଥାନ ସହ ରହିଛି ଓ ରହିବ ବୋଲି ଆଶ୍ଵାସନା ଦେଇଛନ୍ତି । ଅବଶ୍ୟ ତୁର୍କୀର ଏହି ଆଶ୍ଵାସନା ନୂଆ ନୁହେଁ, ଏହା ପୂର୍ବରୁ ତୁର୍କୀ ବିଭିନ୍ନ ସମୟରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନର ଅଭିମୁଖ୍ୟକୁ ସମର୍ଥନ କରିଛି । ପାକିସ୍ଥାନ ଅବଶ୍ୟ ଭଲଭାବରେ ଜାଣିଛି ଯେ କାଶ୍ମୀର ପ୍ରସଙ୍ଗରେ ସାରା ବିଶ୍ଵ ଭାରତ ସହିତ ରହିଛି, ତୁର୍କୀ ପରି ଗୋଟିଏ ଦୁଇଟି ଦେଶର ସମର୍ଥନର କୌଣସି ଅର୍ଥ ନାହିଁ ।

ପାକିସ୍ଥାନର ପ୍ରମୁଖ ସମ୍ବାଦପତ୍ର ‘ଡ଼ନ୍’ ସୂଚନା ଅନୁସାରେ ତୁର୍କୀ ରାଷ୍ଟ୍ରପତି ପାକିସ୍ଥାନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଇଦ୍ ଅଭିନନ୍ଦନ ଜଣାଇବା ଅବସରରେ କୋବିଡ଼-୧୯ ଓ କାଶ୍ମୀର ପ୍ରସଙ୍ଗରେ ଚର୍ଚା କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ଥାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ଟ୍ବିଟର ଯୋଗେ ସୂଚନା ଦିଆଯାଇଛି । .’

- Advertisement -


ସେହିପରି ଅନ୍ୟଏକ ଟ୍ବିଟରରେ ଅଲ୍ଭୀ କହିଛନ୍ତି ଯେ ତୁର୍କୀର ରାଷ୍ଟ୍ରପତି କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନ ସପକ୍ଷରେ ରହିଛନ୍ତି ଓ ଭାଇଭାଇ ପରି ଦୁଇ ଦେଶର ଲକ୍ଷ୍ୟ ଗୋଟିଏ ।

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ରାଷ୍ଟ୍ରପତିଙ୍କ ଟ୍ବିଟରକୁ ସମର୍ଥନ କରାଯାଇଛି ଏବଂ କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନର ଆଭିମୁଖ୍ୟକୁ ତୁର୍କୀ ସମର୍ଥନ କରୁଛି ବୋଲି କୁହାଯାଇଛି ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories