ବଞ୍ଚିବାକୁ ଚାହୁଁଥିଲେ ମୁସଲମାନ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ : ଓବେସି

0

ହାଇଦରାବାଦ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏଆଇଏମ୍‍ଆଇଏମ୍‍ ଅଧ୍ୟକ୍ଷ ଏବଂ ହାଇଦରାବାଦ ସାଂସଦ ଅସଦୁଦ୍ଦିନ ଓବେସି ଧର୍ମ କାର୍ଡ ଖେଳି ଭୋଟରଙ୍କୁ ହାତାଇବାକୁ ଚେଷ୍ଟା କରିଛନ୍ତି। ମୁସଲମାନ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ମୁସଲମାନ ଭୋଟରଙ୍କୁ ନିବେଦନ କରିଛନ୍ତି। ମୁସଲମାନ ବଞ୍ଚିବାକୁ ଚାହୁଁଥିଲେ ମୁସଲମାନ ପ୍ରାର୍ଥୀଙ୍କୁ ଭୋଟ ଦେବା ଆବଶ୍ୟକ ବୋଲି ସେ ଉତ୍ତେଜକ ଭାଷଣ ଦେଇଛନ୍ତି। ରବିବାର ଏକ ସଭାରେ ହାପୁର ହତ୍ୟାକାଣ୍ଡ ପ୍ରସଙ୍ଗରେ ଉଲ୍ଲେଖ କରି ଓବେସି କହିଥିଲେ ଯେ ମୁସଲମାନଙ୍କ ପାଇଁ ମିଳିତ ଭାବେ ଲଢେଇ କରିବାର ସମୟ ଆସିଯାଇଛି। ନିକଟରେ ହାପୁରଠାରେ ଗୋରୁ ଚୋରି ସନ୍ଦେହରେ ଜଣେ ମୁସଲମାନଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୁଁ ଆପଣଙ୍କୁ କାସିମର ମୃତ୍ୟୁରେ କାନ୍ଦିବାକୁ କହୁନି କି ଭିଡ଼ ଜମାଇବାକୁ କହୁନି। ଏବେ ଜାଗ ଏବଂ ପ୍ରସ୍ତୁତ ହୋଇଯାଅ, ମୁସଲମାନଙ୍କ ପାଇଁ ଲଢେଇ କର। ଏହାସହ ଓବେସି ଧର୍ମନିରପେକ୍ଷତା ନାମରେ ରାଜନୀତି କରୁଥିବା ନେତା ଓ ଦଳଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ଯେଉଁ ଲୋକମାନେ ଧର୍ମନିରପେକ୍ଷତାର କଥା କହୁଛନ୍ତି, ସେମାନେ ସବୁଠୁ ବଡ଼ ଡାକୁ ଅଟନ୍ତି। ସେମାନେ ଗତ ୭୦ ବର୍ଷ ଧରି ମୁସଲମାନଙ୍କୁ ବ୍ୟବହାର କରିଆସିଛନ୍ତି। ଦେଶରେ ଧର୍ମନିରପେକ୍ଷତାକୁ ବଞ୍ଚାଇବାକୁ ରଖିବାକୁ ହେଲେ ମୁସଲମାନଙ୍କୁ ତାଙ୍କ ରାଜନୈତିକ ଶକ୍ତି ବୃଦ୍ଧି କରିବାକୁ ପଡ଼ିବ। ନିଜ ଅଧିକାର ପାଇଁ ଲଢନ୍ତୁ ଓ ରାଜନୈତିକ ଶକ୍ତି ବୃଦ୍ଧି ପାଇଁ ମୁସଲମାନ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ। ମୁସଲମାନ ରାଜନୀତିରେ ଆଗକୁ ବଢିଲେ ତାଙ୍କୁ ଆଉ ଭୟଭୀତ କରିପାରିବେନି। ମୁସଲମାନ ରାଜନୈତିକସ୍ତରରେ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ମଜଭୁତ ହେବ ଓ ଧର୍ମନିରପେକ୍ଷତା ମଜଭୁତ ହେବ।

kalyan agarbati
Leave A Reply