www.samajalive.in
Sunday, December 7, 2025
26.1 C
Bhubaneswar

ଏଫ୍‌-୧୬ର ମୁକାବିଲା ପାଇଁ ସୁଖୋଇ-୩୦ରେ ଖଞ୍ଜାଯିବ ଆଇ-ଡର୍ବି କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ବାୟୁନୋର ଶକ୍ତି ବୃଦ୍ଧି କରିବା ପାଇଁ ଭାରତ ଏହାର ସୁଖୋଇ-୩୦ ଯୁଦ୍ଧବିମାନରେ ଇସ୍ରାଏଲ ନିର୍ମିତ କ୍ଷେପଣାସ୍ତ୍ର ସଂଯୋଗ କରିବ। ସମ୍ପ୍ରତି ସୁଖୋଇରେ ରୁଷ ନିର୍ମିତ ଆର-୭୭ କ୍ଷେପାଣାସ୍ତ୍ର ଲାଗିଥିଲାବେଳେ ଏହାର ପରିବର୍ତ୍ତନ କରାଯାଇ ଇସ୍ରାଏଲ ନିର୍ମିତ ଆଇ-ଡର୍ବି-ଇଆର କ୍ଷେପଣାସ୍ତ୍ର ଖଞ୍ଜାଯିବ। ଦୁଇ ବର୍ଷ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ। ୨୦୧୫ ପ୍ୟାରିସ ଏୟାର ଶୋ’ରେ ଆକାଶରୁ ଆକାଶକୁ ଉତ୍‌କ୍ଷେପଣ ହେଉଥିବା ଏହି କ୍ଷେପଣାସ୍ତ୍ର ପ୍ରଦର୍ଶିତ ହୋଇଥିଲା। ଏହା ‘ସ୍ପାଇଡର’ କ୍ଷେପାଣାସ୍ତ୍ର ତୁଲ୍ୟ। ସୁଖୋଇରେ ଏହାର ବ୍ୟବହାର ଦ୍ବାରା ପାକିସ୍ତାନ ବାୟୁସେନାରେ ଏଫ୍‌-୧୬ ଯୁଦ୍ଧବିମାନକୁ ମୁକାବିଲା କରିବା ସହଜ ହେବ ବୋଲି ବାୟୁସେନା ସୂତ୍ରରୁ ପ୍ରକାଶ।
ବାଲାକୋଟରେ ବାୟୁସେନା ଅଭିଯାନ ପରେ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଏଫ୍‌-୧୬କୁ ମିଶାଇ ୨୪ଟି ଯୁଦ୍ଧବିମାନ ଭାରତ ଆଡ଼କୁ ମୁହାଁଇ ରଖାଯିବା ଓ ଏହା ମାଧ୍ୟମ​‌େ​‌ର କାଶ୍ମୀରର ରାଜୌରୀ ସେକ୍ଟରରେ ଥିବା ସାମରିକ ଘାଟିକୁ ନିଶାଣ କରାଯାଇଥିଲା। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଭାରତ ନିଜକୁ ପ୍ରସ୍ତୁତ କରିବା ସହ ସୁଖୋଇରେ ଇସ୍ରାଏଲ କ୍ଷେପଣାସ୍ତ୍ର ସଂଯୋଗ ମାଧ୍ୟମରେ ଏହାକୁ ଅଧିକ ଶକ୍ତିିଶାଳୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ପାକିସ୍ତାନର ମୁକାବିଲା ପାଇଁ ଭାରତ ପକ୍ଷରୁ ରାଜୌରୀରେ ଦୁଇଟି ସୁଖୋଇ-୩୦ ସହିତ ୮ଟି ଯୁଦ୍ଧବିମାନ ସର୍ବଦା ପ୍ରସ୍ତୁତ ରହିଛି। ପାକିସ୍ତାନର ଏଫ-୧୬ ଯୁଦ୍ଧବିମାନ ଏମ୍‌-୨୦ ସି-୫ ଆମରାମ୍‌ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଥିବାରୁ ଏହାର ମୁକାବିଲା ପାଇଁ ସୁଖୋଇରେ ଆଇ-ଡର୍ବି-ଇ ଆର କ୍ଷେପଣାସ୍ତ୍ର ଖଞ୍ଜାଯିବା ମହତ୍ତ୍ବପୂର୍ଣ୍ଣ ବୋଲି ବାୟୁସେନାର ଜଣେ ଅଧିକାରୀ କହିଛନ୍ତି। ପୂର୍ବରୁ ଭାରତୀୟ ନୌବାହିନୀର ସି-ହାରିୟର ବିମାନରେ ଆଇ-ଡର୍ବି-ଇ ଆର କ୍ଷେପଣାସ୍ତ୍ର ଖଞ୍ଜାଯାଇଛି। ତେଜସ୍‌ ଯୁଦ୍ଧବିମାନରେ ମଧ୍ୟ ଏହାକୁ ଖଞ୍ଜାଯାଇଛି। ପାକିସ୍ତାନ ଆମରାମ୍‌ କ୍ଷେପଣାସ୍ତ୍ର ୧୦୦କିମି ଦୂର ଅତିକ୍ରମ କରିପାରୁଥିବାବେଳେ ଆଇ-ଡର୍ବି ଏହାଠାରୁ ଅଧିକ ଦୂର ଭେଦ କରିବାର କ୍ଷମତା ରଖିଛି। ସମୟକ୍ରମେ ସୁଖୋଇ-୩୦​‌େ​‌ର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶରୁ ଆକାଶକୁ ନିକ୍ଷେପିତ ‘ଅସ୍ତ୍ର’ କ୍ଷେପଣାସ୍ତ୍ର ଖଞ୍ଜାଯିବା ଯୋଜନା ମଧ୍ୟ ହେଉଛି ବୋଲି ସୂଚନା ଦେଇଛନ୍ତି ସମ୍ପୃକ୍ତ ଅଧିକାରୀ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories