www.samajalive.in
Monday, December 8, 2025
14.1 C
Bhubaneswar

ଡାକ୍ତର ଧର୍ମଘଟକୁ ବିଭିନ୍ନ ରାଜ୍ୟରୁ ମିଳୁଛି ସମର୍ଥନ

ନୂଆଦିଲ୍ଲୀ/କୋଲକାତା: ପଶ୍ଚିମବଙ୍ଗର ସରକାରୀ ଡାକ୍ତରଖାନାଗୁଡ଼ିକରେ ଅଚଳାବସ୍ତା ଜାରି ରହିଛି। ତେବେ ଏନ୍‍.ଆର୍‍.ଏସ୍‍., ଏସ୍‍.ଏସ୍‍.କେ.ଏମ୍‍. ଓ ଆହୁରି ଅନେକ ହସ୍ପିଟାଲରେ ଜରୁରିକାଳୀନ ଚିକିତ୍ସା ସେବା ଆରମ୍ଭ ହୋଇଛି କିନ୍ତୁ ଓ.ପି.ଡି. ସେବା କ୍ରମାନ୍ୱୟରେ ଚତୁର୍ଥ ଦିନ ପାଇଁ ବନ୍ଦ ରହିଛି। ଧର୍ମଘଟକାରୀ ଡାକ୍ତରମାନଙ୍କୁ ସିନିୟର ଡାକ୍ତରମାନଙ୍କର ୬ଟି ସଂଗଠନ ଗୁରୁବାର ସମର୍ଥନ ଜଣାଇଥିଲେ ଓ ଶୁକ୍ରବାର ଧର୍ମଘଟରେ ଯୋଗ ଦେଇଥିଲେ।

ଧର୍ମଘଟ ବନ୍ଦ କରିବା ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ନିବେଦନ କରିଛନ୍ତି। ଏସ୍‍.ଏସ୍‍.କେ.ଏମ୍‍.ର ନର୍ସିଂ ଷ୍ଟାଫ୍‍ ମଧ୍ୟ ଧର୍ମଘଟରେ ଯୋଗ ଦେଇଛନ୍ତି। ଭାରତୀୟ ଚିକିତ୍ସା ସଂଘ ପକ୍ଷରୁ ଦେଶ ବ୍ୟାପୀ ଏକ ପ୍ରତିକାତ୍ମକ କାମ ବନ୍ଦ ଡାକରା ଦିଆଯାଇଛି। ଚଣ୍ଡିଗଡ଼ର ପ୍ରାୟ ୧୨ଶହ ରେସିଡେଣ୍ଟ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଓ.ପି.ଡି. ସେବା ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଛି। ରେସିଡେଣ୍ଟ ଡାକ୍ତର ସଂଘ ସଭାପତି କହିଛନ୍ତି, ଜରୁରିକାଳୀନ ଚିକିତ୍ସା ସେବା ସ୍ୱାଭାବିକ ରହିଛି, କାରଣ ଜରୁରିକାଳୀନ ସେବାରେ ନିଯୁକ୍ତ ଡାକ୍ତରମାନେ ଧର୍ମଘଟରେ ଯୋଗ ଦେଇ ନାହାନ୍ତି।

- Advertisement -

ପଞ୍ଜାବ ଓ ହରିଆଣାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଡାକ୍ତରମାନେ କଳାରିବନ ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଟିଆଲାର ସରକାରୀ ରାଜେନ୍ଦ୍ର ହସ୍ପିଟାଲ୍‍ଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଫୈଦାବାଦ୍‍, ଶିର୍ଷା ଓ ଭଟିଣ୍ଡାରେ ମଧ୍ୟ ସମାନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories