www.samajalive.in
Sunday, December 7, 2025
26.1 C
Bhubaneswar

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ବିଜ୍ଞପ୍ତି ପ୍ରକାଶ – ଅନ୍‌‌ଲାଇନ୍‌‌ରେ ଦାଖଲ କରିହେବ ପ୍ରାର୍ଥୀପତ୍ର

ଡେସ୍କ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିମନ୍ତେ ଶୁକ୍ରବାର ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର ୧୩ ତାରିଖରେ ୪୩ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ନାମାଙ୍କନପତ୍ର ଦାଖଲ କରିବା ଲାଗି ଚଳିତ ଅକ୍ଟୋବର ମାସ ୨୫ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯାଇପାରିବ। ଆସନ୍ତା ୨୮ରେ ପ୍ରାର୍ଥୀପତ୍ର ଯାଞ୍ଚ୍‌‌ ଓ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ଝାଡ଼ଖଣ୍ଡ ବିଧାନସଭା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ନଭେମ୍ବର ୨୦ ତାରିଖରେ ହେବାକୁ ଥିବାବେଳେ ସମସ୍ତ ପର୍ଯ୍ୟାୟର ଭୋଟ୍‌‌ ଗଣତି ୨୩ ତାରିଖରେ କରାଯିବ।

ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗଦର୍ଶିକା ଜାରି କଲେ ସୁପ୍ରିମକୋର୍ଟ

- Advertisement -

ତେବେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ନାମାଙ୍କନପତ୍ର ଦାଖଲ ନିମନ୍ତେ ଅନ୍‌‌ଲାଇନ୍‌‌ ବ୍ୟବସ୍ଥା ବିଷୟ ଘୋଷଣା କରିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ କେ. ରବିକୁମାର କହିଛନ୍ତି ଆଶାୟୀ ପ୍ରାର୍ଥୀମାନେ ଅନ୍‌‌ଲାଇନ୍‌‌ ପୋର୍ଟାଲ suvidha.eci.gov.inରେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଅନ୍‌‌ଲାଇନ୍‌‌ ଫର୍ମ ପୂରଣ କରିବା ସହ ଅନଲାଇନ ଜରିଆରେ ଜମାରାଶି ଓ ଶପଥପତ୍ର ମଧ୍ୟ ପ୍ରଦାନ କରାଯାଇପାରିବ। ନାମାଙ୍କନପତ୍ର ପୂରଣ ପରେ ତାହାର ପ୍ରିଣ୍ଟଆଉଟ୍‌‌ ନେଇ ପ୍ରାର୍ଥୀମାନେ ନୋଟାରୀଙ୍କ ନିକଟରୁ ଆବଶ୍ୟକ ସତ୍ୟପାଠ ଆଣିଲା ପରେ ରିଟର୍ଣ୍ଣି ଅଧିକାରୀଙ୍କ ନିକଟରେ ଜମା କରିପାରିବେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories