ଇତିହାସ ରଚିଲେ କୋହଲି

ସମାଜ ଡିଜିଟାଲ ଡେସ୍କ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି କିଙ୍ଗ କୋହଲି। ନିଜର ଅର୍ଦ୍ଧଶତକ ସହିତ ଟେଷ୍ଟ କ୍ରିକେଟ ଫର୍ମାଟରେ ୯ ହଜାର ରନ କ୍ଲବରେ ନିଜ ନାମଲ ସାମିଲ କରି ଇତିହାସ ରଚିଛନ୍ତି। ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡଙ୍କ ପରେ ୪ର୍ଥ ଭାରତୀୟ ଖେଳାଳି ଭାବେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ବେଙ୍ଗାଲୁରୁର ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦଳ ମାତ୍ର ୪୬ ରନରେ ଅଲଆଉଟ୍‌ ହୋଇଯାଇଥିଲା। ହେଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି ୪୦୨ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲେ।

୨ୟ ପାଳିରେ ଭାରତ ଭଲ ଆରମ୍ଭ କରିଥିଲା। ପ୍ରଥମ ପାଳିରେ ବିରାଟ କୋହଲି ଶୂନରେ ଆଉଟ ହୋଇଯାଇଥିଲେ। ତେଣୁ ୨ୟ ପାଳିରେ ତାଙ୍କ ବ୍ୟାଟରୁ ଭଲ ରନ୍‌ର ଆଶା ରଖିଥିଲେ ପ୍ରଶଂସକ, ଯାହାଙ୍କୁ କୋହଲି ବି ନିରାଶ କରି ନ ଥିଲେ। ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହିତ ଟେଷ୍ଟ କ୍ରିକେଟରେ ୯ ହଜାର ରନ୍‌ ପୂରଣ କରିଥିଲେ। ୪ର୍ଥ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଥିବାବେଳେ ସାରା ବିଶ୍ଵରେ ୧୭ ଜଣ କ୍ରିକେଟର ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି।

Comments are closed.