www.samajalive.in
Tuesday, December 9, 2025
15.1 C
Bhubaneswar

ହାତବାନ୍ଧି ବସିଛନ୍ତି ଅନ୍‌ଲାଇନ୍‌ ବାଇକ୍‌ ଚାଳକ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଅନ୍‌ଲାଇନ୍‌ ବାଇକ୍‌ ଟ୍ୟାକ୍ସି ସେବା ପ୍ରଦାନ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ବହୁ ଅସୁବିଧା ଦେଇ ଗତି କରୁଛନ୍ତି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ଏହି ସେବା ବନ୍ଦ ଥିବାରୁ ପ୍ରାୟ ୪ ମାସ ଧରି ବ୍ୟବସାୟ ବହୁଳ ଭାବେ ପ୍ରଭାବିତ ହୋଇଥିଲା । ତେବେ କଟକଣା କୋହଳ ପରେ ମଧ୍ୟ ବ୍ୟବସାୟରେ ସୁଧାର ଆସିନି।

ମୁଖ୍ୟତଃ ‌‌ଦ୍ବୖେତନଗରୀରେ ବହୁ ବ୍ୟକ୍ତି ବିଭିନ୍ନ ଅନ୍‌ଲାଇନ୍‌ ଆପ୍‌ ଜରିଆରେ ପ୍ରଦାନ କରାଯାଇଥିବା ବାଇକ୍‌ ଟ୍ୟାକ୍ସି ସେବାରେ କାମ କରୁଛନ୍ତି। ରାଜଧାନୀରେ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ବୃତ୍ତିକୁ ଆପଣାଇଛନ୍ତି। ତେବେ କରୋନା ଯୋଗୁଁ ବାଇକ୍‌ ଟ୍ୟାକ୍ସି ବ୍ୟବହାର କରିବାକୁ ଲୋ​‌େ​‌କ ଆଗ୍ରହ ପ୍ରକାଶ କରୁନାହାନ୍ତି। ପୂର୍ବରୁ ଦୈନିକ ୧୫ରୁ ୨୦ଟି ଭଡ଼ା ମିଳୁଥିବାବେଳେ ଏବେ ଏହା ୫ରୁ ୧୦ ମଧ୍ୟରେ ସୀମିତ ରହୁଛି। ଏହାଦ୍ବାରା ଏହି ବୃତ୍ତି ଆପଣାଇଥିବା ବ୍ୟକ୍ତି ବହୁ ଅସୁବିଧା ଭୋଗ କରୁଛନ୍ତି। ମୁଖ୍ୟତଃ ପାଠପଢ଼ି ବେକାର ଥିବା ଶିକ୍ଷିତ ଯୁବବର୍ଗ ଏହି ବୃତ୍ତିକୁ ଆପଣାର କରିଛନ୍ତି।
ପୂର୍ବରୁ କାମ କରୁଥିବା ସଂସ୍ଥା ପକ୍ଷରୁ ସେମାନଙ୍କୁ ଅଧିକ ଭଡ଼ା କଲେ ଇନ୍‌ସିଏଟିଭ ବାବଦକୁ ଅତିରିକ୍ତ ଦେୟ ପ୍ରଦାନ କରୁଥିଲେ। ତେବେ କରୋନା ଯୋଗୁଁ ଏବେ ଏହି ଦେୟକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସେଥିଯୋଗୁଁ ଏଥିରେ କାମ କରୁଥିବା ବାଇକ୍‌ ଚାଳକ ହାତବାନ୍ଧି ବସିଛନ୍ତି। ବହୁ ଚାଳକ ବେପାର ହେଉ ନଥିବାରୁ ନିଜ ଗାଁକୁ ଫେରିଯାଇଥିବା ଦେଖିବାକୁ ମିଳୁଛି।

- Advertisement -

ରାଜଧାନୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କେତେବେଳ ଭଡ଼ା ଆସିବ ତାକୁ ଅପେକ୍ଷା କରି ରହୁଛନ୍ତି ବାଇକ୍‌ ଚାଳକ। ପୂର୍ବରୁ ଦୈନିକ ୫ଶହରୁ ହଜାର ଟଙ୍କା ରୋଜଗାର ହେଉଥିବାବେଳେ ଏବେ ୨ଶହରୁ ୩ଶହ ଆୟ ହେଉଥିବା ଚାଳକମାନେ କହିଛନ୍ତି। ବାଇକ୍‌ ସେବା ପ୍ରଦାନ କରୁଥିବା ପ୍ରାୟ ସବୁ ସଂସ୍ଥା ଅତିରିକ୍ତ ଦେୟ ବ୍ୟବସ୍ଥା ବନ୍ଦ କରିଥିବାରୁ ଚାଳକମାନେ ଚିନ୍ତା ପ୍ରକଟ କରିଛନ୍ତି। କେବେ ସ୍ଥିତି ସୁଧୁରିବ ଓ ପୂର୍ବଭଳି ବ୍ୟବସାୟ ହେବ ତାକୁ ଅପେକ୍ଷା କରି ରହିଛନ୍ତି ବାଇକ୍‌ ଚାଳକ। ତେବେ କୋଭିଡ୍‌-୧୯ କଟକଣା ଯୋଗୁଁ ବର୍ତ୍ତମାନ ଚାଳକ ଓ ଯାତ୍ରୀଙ୍କ ପାଇଁ ମାସ୍କ ପରିଧାନ କରିବା ବାଧ୍ୟତମୂଳକ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories