ଅଂଶୁଘାତରୁ ରକ୍ଷା କରେ କଞ୍ଚା ପିଆଜ

0

ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ଉପଯୋଗୀ ଶରୀର ପାଇଁ ଖୁବ୍ ଭଲ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ୍ ।

ଭାତ ହେଉ କିମ୍ବା ରୁଟି ଭୋଜନ ସମୟରେ କଞ୍ଚା ପିଆଜର ସାଲାଡ୍ ଖାଆନ୍ତୁ। ନଚେତ୍ ଦହିରେ ଚୂନଚୂନା କଟା ପିଆଜ ବ୍ୟବହାର କରି ଖାଇପାରିବେ। ଏହା ଗରମରେ ହେଉଥିବା ଅଂଶୁଘାତରୁ ଶରୀରକୁ ରକ୍ଷା କରେ।
ଗ୍ରୀଷ୍ମରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ। ଏହି ବର୍ଗର ଲୋକେ କଞ୍ଚା ପିଆଜ ଫାଳେ ଦ୍ବିପହର ଭୋଜନ ସମୟରେ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।

କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ ପିଆଜ। ବିଭିନ୍ନ ବ୍ୟଞ୍ଜନରେ ଏହାର ଉପଯୋଗ କରିବା ସହ ସ୍ୟାଣ୍ଡୱିଚ୍ ଘରେ ପ୍ରସ୍ତୁତ କରି କଞ୍ଚା ପିଆଜର ଉପଯୋଗ କରନ୍ତୁ।

prayash


କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ପାଟି ଦୁର୍ଗନ୍ଧ ସମସ୍ୟା ମଧ୍ୟ କଞ୍ଚା ପିଆଜ ଖାଇଲେ ଦୂର ହୋଇଥାଏ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି।

ଏହା ସହ କଞ୍ଚା ପିଆଜ ଖାଇବା ଦ୍ବାରା ପେଟ ସମସ୍ୟା ମଧ୍ୟ ଦୂର ହୁଏ।

Leave A Reply