ଅବସରପ୍ରାପ୍ତ ପ୍ରଫେସରଙ୍କ ଘରୁ ଟଙ୍କା ସୁନା ଲୁଟି ନେଲେ ଦୁର୍ବୁତ୍ତ

ଭୁବନେଶ୍ବର: ରାଜଧାନୀର ନାଗେଶ୍ବରଟାଙ୍ଗୀରେ ରହୁଥିବା ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କ ଘରୁ ଟଙ୍କା ଓ ସୁନା ଲୁଟ ହୋଇଛି। ଏନେଇ ଅବସରପ୍ରାପ୍ତ ପ୍ରଫେସରଙ୍କ ପତ୍ନୀ ଶ୍ରୀଲିଙ୍ଗରାଜ ମନ୍ଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ଛାନଭିନ କରିଛି।

prayash

ଆଜି ଅବସରପ୍ରାପ୍ତ ପ୍ରଫେସର ଅସୁସ୍ଥଥିବାରୁ ଚିକିତ୍ସା ପାଇଁ ପତ୍ନୀଙ୍କ ସହ ଡାକ୍ତର ଖାନା ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଘରୁ ଟଙ୍କା ଓ ସୁନା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ସେହି ଦୁର୍ବତ୍ତ ସ୍କାଇଲାଇଟ କାଟି ତାଙ୍କ ଘରେ ପ୍ରବେଶ କରିଥିଲେ ଏବଂ ଟଙ୍କା ସୁନା ଲୁଟି ନେଇଥିଲେ। ପ୍ରଫେସରଙ୍କ ପତ୍ନୀ ଏନେଇ ଶ୍ରୀ ଲିଙ୍ଗରାଜ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments are closed.