www.samajalive.in
Tuesday, December 9, 2025
16.1 C
Bhubaneswar

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଓଜେୟୁର ଦାବି

ସମ୍ବଲପୁର: ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି। ୨୦୨୩-୨୪ ବର୍ଷ ପାଇଁ ହିତାଧିକାରୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଯୋଜନାରେ ସଂଯୋଗୀକରଣ ପାଇଁ ଆଗାମୀ ଅଗଷ୍ଟ ୭ ତାରିଖ ସୁଦ୍ଧା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପୋର୍ଟାଲ ଜରିଆରେ ସାମ୍ବାଦିକଙ୍କୁ ନିଜର ନାମ ପଞ୍ଜିକରଣ କରିବା ପାଇଁ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ। ତେବେ ପ୍ରଥମ ଥର ପାଇଁ ଅନ୍‌ଲାଇନ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ପଞ୍ଜିକରଣ ପ୍ରକ୍ରିୟାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଛି। ଗତ ବର୍ଷ ରାଜ୍ୟରେ ୮୭୧୭ ତଥା ସମ୍ବଲପୁର ଜିଲାରେ ୧୮୩ ପଞ୍ଜିକୃତ ସାମ୍ବାଦିକଙ୍କ ସଂଖ୍ୟା ରହିଥିବା ବେଳେ ଚଳିତ ବର୍ଷ  ଯଦି ଏଭଳି ଅସୁବିଧା ଜାରି ରହେ ତାହେଲେ ଅନେକ ସାମ୍ବାଦିକ ସରକାରୀ ଯୋଜନାରୁ ବାଦ ପଡ଼ିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିକୁ ଧ୍ୟାନରେ ରଖି ହିତାଧିକାରୀଙ୍କ ପଞ୍ଜିକରଣ କରିବାର ତାରିଖ ଅବଧି ବୃଦ୍ଧି କରିବା ପାଇଁ ଓଡ଼ିଶା ସାମ୍ବାଦିକ ସଂଘ(ଓଜେୟୁ) ସମ୍ବଲପୁର ଜିଲା ଶାଖା ପକ୍ଷରୁ ଦାବି କରାଯାଇଛି।

ଏହି ମର୍ମରେ ଓଜେୟୁ ସମ୍ବଲପୁର ଜିଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସାମ୍ବାଦିକମାନେ ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଜିକରଣର ଅବଧି ବୃଦ୍ଧି ସହିତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ, ମୃତ ସାମ୍ବାଦିକ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ କରି ରାଜ୍ୟ ଗେଜେଟରେ ପ୍ରକାଶ କରିବା, ଏକ୍ରିଡିଏସନ ନିୟମ ପରିବର୍ତ୍ତନ, କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଯାତାୟତରେ ରିହାତି, ଟୋଲ୍ ଟିକସ ଛାଡ, ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ, ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବା ଆଦି ୧୦ ଦଫା ଦାବି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଅବସରରେ ସଂଘର ଜିଲା ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ, ଶିବ ପ୍ରସାଦ ମେହେର, ଶ୍ରବଣ ପତି, ସମୀର ଷଡଙ୍ଗୀ, ରାଜେଶ ବିଭାର, ବିରାଜ କୁମାର ମିଶ୍ର, ଲଳିତ ଶର୍ମା, ସୁବ୍ରତ ପାଢ଼ୀ, ମାନସ ନାୟକ, ଅନୀଲ ଶ୍ରୀରାମକା ଓ ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

 

 

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories