www.samajalive.in
Sunday, December 14, 2025
17.1 C
Bhubaneswar

୮ରୁ ଓଜେଇଇ; ୪୭ କେନ୍ଦ୍ରରେ ୫୫, ୯୭୯ ପରୀକ୍ଷାର୍ଥୀ

ଭୁବନେଶ୍ୱର: ସରକାରୀ ଏବଂ ବେସରକାରୀ ବିଭିନ୍ନ ଯାନ୍ତ୍ରିକ (ଇଞ୍ଜିନିୟରିଂ)ମହାବିଦ୍ୟାଳୟ ଗୁଡ଼ିକରେ ଉପଲବ୍ଧ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆସନ୍ତା ୮ରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ପ୍ରତି ଜିଲାରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବାବେଳେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ପାଟଣାରେ କେନ୍ଦ୍ର କରାଯାଇଛି।

ଏହି ପରୀକ୍ଷା ଦୈନିକ ତିନିଟି ବଦଳି (ସିଫ୍ଟ)ରେ କରାଯିବ। ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨ଟା ୩୦ମିନିଟରେ ସରିବ। ତୃତୀୟ ସିଫ୍ଟ ଅପରାହ୍ଣ ସାଢେ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ମୋଟ ୫୫ ହଜାର ୯୭୯ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ଛାତ୍ରଛାତ୍ରୀ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ୧୭ ହଜାର ୭୬୩, ବି.ଫାର୍ମା ୧୩ ହଜାର ୮୧୩, ଏମବିଏ ୯ ହଜାର ୩୦୫, ଏମସିଏ ଏବଂ ଏମ.ଏସସି କମ୍ପ୍ୟୁଟର ବିଜ୍ଞାନରେ ୮ ହଜାର ୮୪୧ ଛାତ୍ରଛାତ୍ରୀ ରହିଛନ୍ତି। ଅବଶିଷ୍ଟ ବିଦ୍ୟାର୍ଥୀ ବି.କ୍ୟାଟ, ଲାଟେରାଲ ଫାର୍ମା, ଏମ.ଆର୍କ, ଏମ.ଫାର୍ମା ଏବଂ ଏମ.ଟେକ୍‌ ଆଦି ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଏହି ପରୀକ୍ଷା ଦେବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ୩୩ଟି ସହରରେ ମୋଟ ୪୭ ପରୀକ୍ଷା କେନ୍ଦ୍ର ହୋଇଛି। ମେ ୮,୯,୧୧, ୧୨ ଏବଂ ୧୫ରେ ଏହି ପରୀକ୍ଷା ହେବ। ଏହି ପରୀକ୍ଷା କମ୍ପ୍ୟୁଟର ଦ୍ବାରା କରାଯିବାକୁ ଥିବାବେଳେ ଏଥିପାଇଁ ଓଜେଇଇ ପକ୍ଷରୁ ସମସ୍ତ କେନ୍ଦ୍ରରେ ପ୍ରସ୍ତୁତି ଶେଷ ହୋଇଥିବା ଓଜେଇଇ ଅଧ୍ୟକ୍ଷ ପ୍ରବୀଣ କର କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories