www.samajalive.in
Friday, December 12, 2025
14.1 C
Bhubaneswar

ବର୍ଷକରେ ଟାଟା ଷ୍ଟିଲ କାରବାର ୨.୪୩ ଲକ୍ଷ କୋଟି

ଭୁବନେଶ୍ୱର: ଟାଟା ଷ୍ଟିଲ୍‍ ପକ୍ଷରୁ ୨୦୨୨-୨୩ ଆର୍ଥିକବର୍ଷ ଏବଂ ୪ର୍ଥ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ଆର୍ଥିକ ବର୍ଷରେ କମ୍ପାନୀର ରାଜସ୍ୱ ୨,୪୩,୩୫୩ କୋଟି ଟଙ୍କା ରହିଛି। ଟିକସ ପରବର୍ତ୍ତୀ ଲାଭ ୮,୦୭୫ କୋଟି ଟଙ୍କା ହୋଇଛି। ୪ର୍ଥ ତ୍ରୈମାସିକରେ ରାଜସ୍ୱ ୬୨,୯୬୨ କୋଟି ଟଙ୍କା ହୋଇଥିବାବେଳେ ଇବିଆଇଟିଡିଏ ୭,୨୨୫ କୋଟି ଟଙ୍କା ଏବଂ ଇବିଆଇଟିଡିଏ ସୀମା ୧୧ ପ୍ରତିଶତ ରହିଛି। ପ୍ରଦର୍ଶନରେ ଉନ୍ନତି ପାଇଁ କମ୍ପାନୀର ଲାଭ ବଢ଼ିଛି। ଏହି ଆର୍ଥିକବର୍ଷରେ କମ୍ପାନୀର ଭାରତରେ ଅଶୋଧିତ ଇସ୍ପାତ ଉତ୍ପାଦନ ୧୯.୯ ନିୟୁତ ଟନ୍‍ ରହିଛି ଯାହା ଟାଟା ଷ୍ଟିଲ୍‍ର ମୋଟ ଉତ୍ପାଦନର ୬୫%। ଦେଶ ଭିତରେ ଯୋଗାଣ ୧୧ ପ୍ରତିଶତ ବଢ଼ିଥିବାବେଳେ ତ୍ରୈମାସିକ ଯୋଗାଣ ୯ ପ୍ରତିଶତ ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍‍ ହୋଇଛି ବୋଲି ଟାଟା ଷ୍ଟିଲ୍‍ର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟି. ଭି. ନରେନ୍ଦ୍ରନ୍‍ କହିଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories