ଅଫିସରେ କାମକରିବା ପାଇଁ ମନ ଲାଗୁନି କି ? ଆପଣାନ୍ତୁ ଏହି ଉପାୟ
ଆଜି ଅଫିସ୍ରେ ପହଞ୍ଚି ବାକି କାମକୁ ସାରିବି ଓ ନୂଆ କାମ ହାତକୁ ନେବି। ପ୍ରାୟ କର୍ମଚାରୀ ଏଭଳି ଯୋଜନା କରିଥାନ୍ତି। ମାତ୍ର ଅଫିସ୍ରେ ପହଞ୍ଚିବା ପରେ ଆଉ କାମରେ ମନ ଲାଗେନି। କାମ କରିବାବେଳେ ବିଭିନ୍ନ ନକରାତ୍ମକ ଚିନ୍ତା ଗ୍ରାସ କରୁଛି ଓ କାମ କରିବାକୁ ମନ ଲାଗୁନି। ମାନ୍ଦା ଲାଗୁଛି ଓ କାର୍ଯ୍ୟ ଆଗୋଉନି। ଆପଣଙ୍କ ସହ ଏପରି ହେଉଛି କି ? ତେବେ ଜାଣି ରଖନ୍ତୁ ଏହା ଏକ ବାସ୍ତୁଦୋଷ। ତେବେ ଆମ ନିମ୍ନଲିଖିତ ଉପାୟକୁ ପଢନ୍ତୁ। ଏହି ଉପାୟ ଆପଣାଇଲେ ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ଓ ଉତ୍ସାହର ସହ କାମ କରିବେ।
କାର୍ଯ୍ୟସ୍ଥଳକୁ ସଫା ରଖନ୍ତୁ ।
ଯଦି ଆପଣଙ୍କ ଟେବୁଲ୍ରେ ଥିବା କାଗଜପତ୍ର ଏଣେତେଣେ ପଡିଥାଏ ତେବେ ଆପଣଙ୍କର କାମରେ ମନ ଲାଗିବନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ କାର୍ଯ୍ୟସ୍ଥଳୀରେ କାଗଜ, ଫାଇଲ କିମ୍ବା ଅନ୍ୟ ଜିନିଷ ଏଠି ସେଠି ପଡିଥିଲେ କାର୍ଯ୍ୟ କରିବାକୁ ମନଲାଗେନି ଓ ଓଲଟା ପ୍ରଭାବ ପଡିଥାଏ। ଜିନିଷପତ୍ର ଏଠିସେଠି ପଡିବା ଦ୍ୱାରା ନକରାତ୍ମକ ଶକ୍ତିର ସଂଚାର ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ସର୍ବଦା କାର୍ଯ୍ୟସ୍ଥଳକୁ ସଫା ରଖନ୍ତୁ। ଟେବୁଲ, ଚେୟାର ଉପରେ ଥିବା ଫାଇଲ ଏବଂ ଅନ୍ୟାନ୍ୟ ଜିନିଷକୁ ସଜାଇ ରଖନ୍ତୁ। ସେଠାରେ ଭଗବାନଙ୍କର ଫଟୋ ମଧ୍ୟ ରଖିପାରିବେ। ଏହା ଦ୍ୱାରା ସକରାତ୍ମକ ପ୍ରଭାବ ପଡିଥାଏ।
ସଠିକ ଆଲୋକ
କାର୍ଯ୍ୟାଳୟରେ ଆପଣଙ୍କ ବସିବା ସ୍ଥାନ ପାଖରେ କେଉଁ ପ୍ରକାରର ଆଲୋକର ସୁବିଧା ଅଛି ତାକୁ ଧ୍ୟାନ ଦିଅନ୍ତୁ। କାରଣ ସଠିକ ଆଲୋକ ସୁବିଧା ନଥିଲେ ଆପଣଙ୍କର କାମରେ ମନ ଲାଗିନଥାଏ। କମ୍ ଆଲୋକରେ କାମରେ ମନ ଲାଗେନି ଓ ଏହା ବାସ୍ତୁ ଦୋଷ ଅଟେ। ତେଣୁ ସଠିକ୍ ଆଲୋକର ବ୍ୟବସ୍ଥା କରନ୍ତୁ। ଏହାଦ୍ୱାରା ଆପଣ ନିଜକୁ ସତେଜ ମନେ କରିବେ ଓ କାମ କରିବାକୁ ସହଜ ଅନୁଭବ କରିବେ।
ଟେବୁଲ ଉପରେ ଏହି ଜିନିଷ ରଖନ୍ତୁ
ଟେବୁଲ୍ ଉପରେ ପକ୍ଷୀ, ଘୋଡା କିମ୍ବା ଗଛର ଫଟୋ ଲଗାଇବା ଭଲ। ଏକ କାନ୍ଦୁଥିବା ପିଲା, ଭଙ୍ଗା ଘର, ନିଅାଁ, ବୁଡିଯାଉଥିବା ଜାହାଜ ଆଦି ଫଟୋ କେବେ ବି ଟେବୁଲ ଉପରେ ଲଗାନ୍ତୁ ନାହିଁ। ଏହିସବୁ ନକରାତ୍ମକ ବାତାବରଣ ଏବଂ ମନ ଚଞ୍ଚଳଗାମୀ କରିବାରେ ସହାୟକ ହୋଇଥାନ୍ତି। ଏହାଦ୍ୱାରା ଆପଣଙ୍କ କାମ କରିବାରେ ମନ ଲାଗିନଥାଏ। ତେଣୁ ଟେବୁଲ ଉପରେ ବାସ୍ତୁ ଶାସ୍ତ୍ର ଅନୁସାରେ ଫଟୋ ଲଗାନ୍ତୁ।