ଅଫିସ ଚିନ୍ତାରୁ ମୁକ୍ତିପାଇବା ପାଇଁ ଆପାଣାନ୍ତୁ ଏହି ଉପାୟ
ଅଫିସରେ ଅଧିକ କାମ, ଚିଡଚିଡା ଉପରସ୍ତ କର୍ମଚାରୀ ଅଫିସ୍ର ବାତାବରଣ ସୁହାଏ ନାହିଁ। ଯାହାଫଳରେ ଆପଣ ଅପଣଙ୍କ ଲକ୍ଷ ସ୍ଥଳରେ ପହଁଞ୍ଚି ପାରନ୍ତି ନାହିଁ। ଏଭଳି ପରିସ୍ଥିତି ଲାଗି ରହିବା ଦ୍ୱାରା ଆପଣଙ୍କ ସ୍ଥିତି ଅଫିସରେ ଖରାପ ହୋଇଥାଏ। ଏହାସହ ଆପଣ ସବୁବେଳେ ଚିନ୍ତାରେ ରହିଥାନ୍ତି ଯାହା ସ୍ଵାସ୍ଥ୍ୟପକ୍ଷେ ହାନିକାରକ ଅଟେ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ଆପଣେଇବା ଦ୍ୱାରା ଅଫିସର ଚିନ୍ତା ସବୁ ଦୂର ହୋଇଥାଏ।
– ସମ୍ପୁର୍ଣ୍ଣ ଦିନ ଅଫିସରେ ଏକ ଚେୟାର ଉପରେ ବସିବା ଦ୍ୱାରା ବିରକ୍ତି ମନୋଭାବ ଆସିବା ସ୍ୱଭାବିକ। ତେଣୁ ଆପଣଙ୍କ ଅପିସରେ ଥିବା ବଗିଚା ମଧ୍ୟରେ କିଛି ସମୟ ବୁଲିବା ଦରକାର। ଯାହାଦ୍ୱାରା ଶରୀରରେ ଥିବା ଏଣ୍ଡ୍ରୋଫିନ ହରମୋନ ବଢିବାକୁ ଲାଗିଥାଏ, ଯାହା ଆପଣଙ୍କୁ ଚିନ୍ତାରୁ ମୁକ୍ତ କରାଇଥାଏ।
– ଜୀବନରେ ଚାକିରି କରିବା ପରଠାରୁ ଆପଣ ତେଲଜାତୀୟ ଖାଦ୍ୟ ବା ଫାଷ୍ଟ ଫୁଡ ଖାଇବା ବନ୍ଦ କରିବା ଦରକାର। ଏହାସହ ପ୍ରତ୍ୟକ ଦିନ ବ୍ୟାୟାମ କରିବା ଦରକାର। ଯାହା ଆପଣଙ୍କ ଦିନକୁ ସରସ ସୁନ୍ଦର କରିଥାଏ।
– ଅଫିସ୍ ସୃଷ୍ଟି ହେଉଥିବା ବିଭିନ୍ନ ଚିନ୍ତାକୁ ମନରେ ନ ରଖି ଆପଣଙ୍କ ନିକଟତର ସାଥୀକୁ କହିବା ଦରକାର। ଯାହାଦ୍ୱାରା ଆପଣ ଅଫିସରେ ବିନା ଚିନ୍ତାରେ କାମ କରିପାରିବେ।
– ଅଫିସ୍ ରେ ଆପଣ ଯେଉଁ ସ୍ଥାନରେ କାମ କରୁଛନ୍ତି ସେହି ସ୍ଥାନରେ ଆପଣ ବିଭିନ୍ନ ସୁଗନ୍ଧଭରା ଅତର ରଖିପାରିବେ ଯାହା ଆପଣଙ୍କୁ ଚିନ୍ତାରୁ ରକ୍ଷା କରିବ।
– ଏପରି ଅଫିସ କାର୍ଯ୍ୟରେ ଆପଣ ଚିନ୍ତାରେ ରହୁଥିବା ସମୟରେ ବିଭିନ୍ନ ମଜାଦାର ଭିଡିଓ ଦେଖିବା ଆବଶ୍ୟକ। ଏହା ଚିନ୍ତାରୁ ମୁକ୍ତ ରଖିବା ସହ ଅଫିସରେ ଆପଣଙ୍କ ପଦର୍ଶନରେ ପରିବର୍ତ୍ତନ ଦେଖାଦେବ।
– ଅଫିସରେ ସମସ୍ତ କର୍ମଚାରୀଙ୍କ ସହ ଆପଣଙ୍କ ଭଲ ସମ୍ପର୍କ ରହିବ ଏହା ସମ୍ଭବ ନୁହେଁ। ତେଣୁ ଯାହା ସହ ଆପଣଙ୍କର ସମ୍ପର୍କ ଭଲ ନାହିଁ, ତାଙ୍କ ଠାରୁ ନିଜକୁ ଦୂରରେ ରହିବା ଦରକାର। ବିନା କାରଣରେ ଆପଣ ତାଙ୍କ ସହ କୌଣସି କଥାବାର୍ତ୍ତା କରନ୍ତୁ ନାହିଁ।