www.samajalive.in
Monday, December 15, 2025
17.1 C
Bhubaneswar

ଜୁନ ୧୦ ପୂର୍ବରୁ ଗରମ କମିବା ସମ୍ଭାବନା କମ୍‌

ଭୁବନେଶ୍ୱର: ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶ୍ଚିମାଞ୍ଚଳର ସମସ୍ତ ସହରରେ ପାରଦ ଉପର ମୁହଁ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଗାମୀ ୩ଦିନ କିଛି ଅଞ୍ଚଳରେ ଦିନ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇପାରେ।

ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉପକୂଳ ପଶ୍ଚିମବଙ୍ଗ, ଦକ୍ଷିଣ ଉତ୍ତର ପ୍ରଦେଶ, ଦକ୍ଷିଣ ବିହାର ମଧ୍ୟରେ ଏକ ନିମ୍ନଚାପ ରେଖା ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ ରାଜ୍ୟରେ କାଳବୈଶାଖୀ କାରଣରୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ସମ୍ଭାବନା ଥିବାରୁ କେତେକ ଜିଲାକୁ ସତର୍କତା ଜାରି କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଏବଂ ଭଦ୍ରକର କିଛି ଅଞ୍ଚଳରେ ବଜ୍ରପାତ ହୋଇପାରେ। ସେହି ଜିଲାଗୁଡିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଅଞ୍ଚଳ ସହିତ ଅନୁଗୋଳ ଏବଂ ଢେଙ୍କାନାଳରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି।

- Advertisement -

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଜୁନ ୧୦ ପୂର୍ବରୁ ଗରମ କମିବାର ସମ୍ଭାବନା କମ୍‌। ୨୬ରେ ପଶ୍ଚିମ ଓଡ଼ିଶାରେ ଏବଂ ୨୭ରେ ଉତ୍ତର ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ। ତିନିଦିନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇବ। ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଏବଂ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୭ରୁ ୨୯ ତାରିଖ ମଧ୍ୟରେ ୩୯ରୁ ୪୦ ଡିଗ୍ରୀ, ମେ ୩୦ରୁ ଜୁନ ୧ ୩୮ଡିଗ୍ରୀ, ଜୁନ ୨ରୁ ପୁଣି ତାପମାତ୍ରା ବୃଦ୍ଧି ପାଇ ୪୦ ଡିଗ୍ରୀ ଅତିକ୍ରମ କରିବ।

ବୁଧବାର ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି। କେବଳ ନୂଆପଡ଼ା ନୁହେଁ ବରଂ; ତାଳଚେର, ଝାରସୁଗୁଡ଼ା ଏବଂ ଅନୁଗୋଳ ମଧ୍ୟ ତାତିରେ ଆଉଟୁପାଉଟୁ ହୋଇଛି। ଝାରସୁଗୁଡ଼ାରେ ପାରଦ ୪୩.୪, ତାଳଚେର ୪୩.୨ ଏବଂ ଅନୁଗୋଳରେ ୪୩.୧ ଡିଗ୍ରୀ ରେକର୍ଡ କରାଯାଇଛି। ୨୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories