www.samajalive.in
Monday, December 15, 2025
16.1 C
Bhubaneswar

୫୦ ହଜାରରୁ ଅଧିକ ଟଙ୍କା ଜମା ପାଇଁ ପାନ୍‌ କାର୍ଡ ଜରୁରୀ

ନୂଆଦିଲ୍ଲୀ: ୨,୦୦୦ ଟଙ୍କିଆ ନୋଟ୍ ବଜାରରୁ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ଏହାର ଜମା ତଥା ବଦଳାଇବା ନେଇ ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆରବିଆଇ ଘୋଷଣା ପରେ ଅନେକ ଗ୍ରାହକ ପେଟ୍ରୋଲ ପମ୍ପରେ ୨,୦୦୦ ନୋଟ୍ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ଏହି କାରଣରୁ ଅଲ ଇଣ୍ଡିଆ ପେଟ୍ରୋଲିୟମ ଡିଲର ଆସୋସିଏସନ ଆରବିଆଇକୁ ନିବେଦନ କରିଛି ଯେ, ଗ୍ରାହକମାନେ ୨,୦୦୦ ନୋଟ ବଦଳରେ ଖୁଚୁରା ଟଙ୍କା ଫେରସ୍ତ କରୁଥିବାରୁ ନଗଦ ଅଭାବ ଦେଖାଦେଇଛି। ଲୋକମାନେ ୨,୦୦୦ ଟଙ୍କିଆ ନୋଟ୍ ବ୍ୟବହାର ପାଇଁ ଡିଜିଟାଲ୍ ପେମେଣ୍ଟ ମଧ୍ୟ ହ୍ରାସ କରିଛନ୍ତି। ତେଲ ପକାଇବା ପରେ ୨,୦୦୦ରୁ ଅଧିକ ନୋଟ୍ ଦେଉଛନ୍ତି, ଯେଉଁ କାରଣରୁ ଅନେକ ପେଟ୍ରୋଲ ପମ୍ପରେ ଖୁଚୁରା ନଗଦ ଅଭାବ ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ଅନୁଯାୟୀ, ଏକ ସମୟରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨,୦୦୦ ଟଙ୍କା ନୋଟ୍ ବିନିମୟ କରିପାରିବେ। ଗୋଟିଏ ସମୟରେ କୌଣସି କାଗଜପତ୍ର ବିନା ୨ ହଜାରର ୧୦ଟି ନୋଟ୍ ବଦଳାଇ ହେବ। ୨୦୦୦ ଟଙ୍କା ନୋଟ୍ ଉପରେ ଆରବିଆଇ ନେଇଥିବା ନିଷ୍ପତ୍ତି ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି; ଚାରିମାସ ସମୟ ଦିଆଯାଇଛି। ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୨୦୦୦ ନୋଟ୍ ବିନିମୟ ଏବଂ ଜମା କରିପାରିବେ। ଏ ନେଇ ବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories