www.samajalive.in
Thursday, December 11, 2025
16.1 C
Bhubaneswar

ଜିମ୍ବାୱେବାସୀ ବିଶ୍ବରେ ସବୁଠୁ ଦୁଃଖୀ

ନ୍ୟୁୟର୍କ: ଜିମ୍ବାୱେବାସୀ ସମଗ୍ର ବିଶ୍ବରେ ସବୁଠାରୁ ଅଧିକ ଦୁଃଖୀ ବୋଲି ଖ୍ୟାତନାମା ଅର୍ଥନୀତିଜ୍ଞ ଷ୍ଟିଭ୍‌ ହାନ୍‌କେ୍‌ସଙ୍କ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ଜିମ୍ବାୱେରେ ଦରଦାମ୍‌ ବୃଦ୍ଧି ଅନିୟନ୍ତ୍ରଣ ଅବସ୍ଥାକୁ ଚାଲି ଆସିଥିବାରୁ ଏଠାକାର ନାଗରିକ ବହୁତ କଷ୍ଟରେ ଜୀବନ ନିର୍ବାହ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଖବର ଅନୁଯାୟୀ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌, ସୁଦାନ, ସିରିୟା ଆଦି ଦେଶକୁ ପଛରେ ପକାଇ ଜିମ୍ବାୱେ ସବୁଠାରୁ ଦୁଃସ୍ଥ ରାଷ୍ଟ୍ରର ମାନ୍ୟତା ପାଇଛି। ମୋଟ୍‌ ୧୫୭ଟି ଦେଶର ଆର୍ଥିକ ସ୍ଥିତିକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତବର୍ଷ ଜିମ୍ବାୱେରେ ମୁଦ୍ରାସ୍ଫୀତି ୨୪୩.୮% ରହିଥିଲା। ଏଥିସହ ବେରୋଜଗାରୀ, ବିଶ୍ବ ବଜାରରୁ ଜିମ୍ବାୱେ ସରକାର ମାତ୍ରାଧିକ ଋଣ ନେବା, ସାମଗ୍ରିକ ଘରୋଇ ଉତ୍ପାଦ ହ୍ରାସ ଆଦି କାରଣରୁ ଏହି ଦେଶରେ ବାସ କରିବା ସବୁଠାରୁ ଅଧିକ କଷ୍ଟକର ହୋଇପଡ଼ିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସବୁଠାରୁ ଦୁଃସ୍ଥ ପ୍ରଥମ ୧୫ଟି ଦେଶ ମଧ୍ୟରେ ଜିମ୍ବାୱେ ବ୍ୟତୀତ ଭେନିଜୁଏଲା, ସିରିୟା, ଲେବାନନ୍‌, ସୁଦାନ, ଆର୍ଜେଣ୍ଟିନା, ୟେମେନ୍‌, ୟୁକ୍ରେନ୍‌, କ୍ୟୁବା, ତୁର୍କୀ, ଶ୍ରୀଲଙ୍କା, ହାଇତି, ଆଙ୍ଗୋଲା, ଟୋଙ୍ଗା, ଘାନା ରହିଛନ୍ତି। ଅନ୍ୟପକ୍ଷରେ ଏହି ତାଲିକାରେ ସବୁଠାରୁ ସୁଖୀ ଦେଶ ମାନ୍ୟତା ପାଇଛି ସ୍ବିଜରଲାଣ୍ଡ। ଏହା ପଛକୁ କ୍ରମାନ୍ବୟରେ କୁଏତ, ଆୟର୍ଲାଣ୍ଡ, ଜାପାନ, ମାଲେସିୟା, ତାଇୱାନ, ନାଇଜେର୍‌, ଥାଇଲାଣ୍ଡ ପ୍ରମୁଖ ରହିଛନ୍ତି। ଏହି ତାଲିକାରେ ଭାରତ ୧୦୩ ନମ୍ବରରେ ରହିଛି। ଭାରତରେ ବେକାରୀଜନିତ ସମସ୍ୟା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତାଲିକାର ୧୩୪ ନମ୍ବରରେ ଆମେରିକା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories