BJD Bijuli 480×75 Mob

ଶ୍ୟାମାମଣି ଦେବୀ ଓ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

BJD Bijuli 480×75 Mob

ଭୁବନେଶ୍ବର : ବିଶିଷ୍ଟ ଓଡିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ ଏବଂ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପ୍ରଦାନ କରାଯିବ।  ୨୦୧୭-୧୮ ବର୍ଷ ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ଏବଂ ୨୦୧୮-୧୯ ପାଇଁ ଗଞ୍ଜାମର ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ
‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରେ ସମ୍ମାନିତ କରାଯିବ।

ଏହା ବ୍ୟତୀତ ଶାନ୍ତଲତା ବାରିକ ଚ୍ଛୋଟରାୟ, ଅଳକା ଚାନ୍ଦ, ରବିଶଙ୍କର ପ୍ରଧାନ, ସୁଧା ମିଶ୍ର, ମିନାକ୍ଷୀ ଦେବୀଙ୍କ ସମେତ ୧୫ ଜଣ କଳାକାରଙ୍କୁ ୨୦୧୭-୧୮ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍ଖାର ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ୨୦୧୮-୧୯ ପାଇଁ ସୀମାଞ୍ଚଳ ଦାସ, ରାଧାକାନ୍ତ ନନ୍ଦ, ଗୀତା ଦାଶ, ମାଗୁଣୀ ଜେନା ଓ ବଦ୍ରି ମିଶ୍ରଙ୍କ ସମେତ ୧୫ଜଣ କଳାକାର ସଙ୍ଗୀତ ନାଟକ ଏକାଡେମୀ ପୁରସ୍ଖାର ପାଇଁ ମନୋନୀତ ହୋଇଛନ୍ତି।

 

 

Comments are closed.