www.samajalive.in
Friday, December 5, 2025
20.1 C
Bhubaneswar

ଜମିବାଡ଼ି ବିବାଦ ; ଠେଙ୍ଗାରେ ପିଟିପିଟି ମହିଳାଙ୍କୁ ହତ୍ୟା, ଦୁଇ ଅଟକ 

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗ୍ରାମ ପାରାଭାଡି ସାହିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି।
ମୃତ ମହିଳା ଜଣକ ଗ୍ରାମର ବଂଶୀଧର ନାୟକଙ୍କ ପତ୍ନୀ କୁନ୍ତଳା ନାୟକ (୫୫) ବୋଲି ଜଣାପଡିଛି। ତାଙ୍କୁ ଘର ବାରଣ୍ଡାରେ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି।‌ ଘଟଣାସ୍ଥଳରେ ଘଟଗାଁ ପୁଲିସ ଓ ସାଇଣ୍ଟିଫିକ୍ ଟିମ ଆଜି ସକାଳୁ ପହଞ୍ଚି ତଦନ୍ତ କରିଛନ୍ତି। ଜମିବାଡ଼ି ବିବାଦକୁ ନେଇ ରବୀନ୍ଦ୍ର ନାୟକ ଓ ତାଙ୍କର ଦୁଇ ପୁଅ ମଙ୍ଗଳୁ ନାୟକ, ପୁରେନ୍ଦ୍ର ନାୟକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ରବୀନ୍ଦ୍ର ନାୟକ ଓ ତାଙ୍କ ପୁଅ ମଙ୍ଗଳୁ ନାୟକକୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟତମ ପୁଅ ପୁରେନ୍ଦ୍ର ନାୟକ ଫେରାର ଥିବା ଜଣାପଡିଛି। ଦୋଷୀଙ୍କୁ ଗିରଫ କରାଯିବା ସହ ଫାଶୀ ଦିଆ ଯିବାକୁ ମୃତ ମହିଳାଙ୍କ ଭାଇ ବଳଭଦ୍ର ନାୟକ ଦାବି ଜଣାଇଛନ୍ତି।

ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories