www.samajalive.in
Friday, December 5, 2025
20.1 C
Bhubaneswar

ଆୟକର ପଞ୍ଝାରେ ବିଶାଲ ଦାସ: ଦ୍ୱିତୀୟ ଦିନରେ ଚାଲିଛି ରେଡ୍‌‌

ଝାରସୁଗୁଡା: ବିଶିଷ୍ଟ ବ୍ୟବସାୟୀ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ପୁତ୍ର ବିଶାଲ ଦାସଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରିଛି। ଆୟକର ବିଭାଗର ଏକ ଦଳ ଶୁକ୍ରବାର ବିଶାଲ ଦାସଙ୍କୁ ଦୀର୍ଘ ସମୟ ପଚରାଉଚରା କରିବା ପରେ ରାତି ପ୍ରାୟ ସାଢେ ୮ଟାରେ ଛାଡି ଦେଇଥିଲା। ବିଶାଲଙ୍କ ବ୍ୟକ୍ତିଗତ ସହଯୋଗୀଙ୍କୁ ଆୟକର ବିଭାଗ ଅଟକ ରଖିଥିବା ସୂଚନା ମିଳିଛି। ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିଶାଲଙ୍କ ବିଭିନ୍ନ ଠିକଣାରେ ଚଢାଉ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ୨ଟାରେ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ୧୫ଜଣ ଆୟକର ଅଧିକାରୀ ବିଶାଲଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲେ। ଏକ ହୋଟେଲରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟରୁ ୧୫ରୁ ୨୦କୋଟି ଟଙ୍କା ଜବତ ହୋଇଥିଲା। ଏହି ନଗଦ ଟଙ୍କା ଜବତ ପରେ ଏସମ୍ପର୍କରେ ବିଶାଲଙ୍କୁ ଆୟକର ବିଭାଗ ପଚାରିଥିଲା। ତେବେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିବାରୁ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories