www.samajalive.in
Friday, December 5, 2025
20.1 C
Bhubaneswar

ସଟ୍ ସର୍କିଟରୁ ଜଳିଗଲା ପଞ୍ଚାୟତ ସମିତି ସଭାଗୃହ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର : କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ  ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି।
ସୂଚନା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ବିଦ୍ୟୁତ ସଟ୍ ସର୍କିଟ ଘଟି ପଞ୍ଚାୟତ ସମିତି ସଭାଗୃହର ଉପରମହଲା ରେ ଥିବା ଘରେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସଭାଗୃହ ଜଳି ପୋଡି ପାଉଁଶ ହୋଇଯାଇଛି। ସଭାଗୃହ ମଧ୍ୟରେ ଥିବା ଦୁଇଟି ଏସି, ଚାରୋଟି ହ୍ୟାଙ୍ଗିଙ୍ଗ ଫ୍ୟାନ, କୋଡିଏ ରୁ ଉର୍ଦ୍ଧ ଚେୟାର, ଓ ସଭାଗୃହ ଛାତରେ ଲାଗିଥିବା ସିଲିଂ ନିଆଁରେ ଜଳି ପାଉଁଶ ହୋଇଯାଇଛି।

ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

- Advertisement -

ତେବେ ଘଟଣା ବେଳେ ତଳେ ଶୋଇଥିବା କର୍ମଚାରୀ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ବିଦ୍ୟୁତ ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ କାମାକ୍ଷାନଗର ଅଗ୍ନିଶମ ଅଧିକାରୀ କାନ୍ହୁଚରଣ ସ୍ୱାଇଁ ସୂଚନା ଦେଇଛନ୍ତି।

ଦେଖନ୍ତୁ ଭିଡିଓ : ରାସ୍ତା ପାର୍ କରୁଛନ୍ତି ଏକାଠି ୧୪ ସିଂହୀ..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories