ହରଭଙ୍ଗା : ଚଳିତ ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ୟ୍ୟାୟର ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ମତଦାନ ସମୟ ପାଖେଇ ଆସୁଥିବା ବେଳେ ବୌଦ୍ଧ ଜିଲାରେ ରାଜନୈତିକ ବାତାବରଣ ସରଗରମ ରହିଛି। ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ତିନି ପ୍ରମୁଖ ଦଳର କର୍ମୀ ମାନଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଦିନକ ପରେ ମତଦାନ ହେବାକୁ ଥିବାରୁ ଶନିବାର ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳ ନେତା ଓ କର୍ମୀ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି।
ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ ଅଞ୍ଚଳ ହରଭଙ୍ଗା ବ୍ଲକ୍ ପୁରୁଣାକଟକ ବଜାରରେ ବିଜୁ ଜନତା ଦଳ ପକ୍ଷରୁ ଏକ ମେଗା ରୋଡ଼ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ପୁରୁଣାକଟକ ସ୍ଥିତ ମାଁ ଭୈରବୀ ଙ୍କ ଦର୍ଶନ ପରେ ନିଜ ସମର୍ଥକଙ୍କ ସହ ପୁରୁଣାକଟକ ସହର ପରିକ୍ରମା କରି କଲେଜ ଛକ ପର୍ୟ୍ୟନ୍ତ ଚାଲି ଚାଲି ଭୋଟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରୀ ଯୋଜନା ଓ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ରୂପେ ଦେଖିବା ପାଇଁ ଯୋଡ଼ି ଶଙ୍ଖରେ ସମସ୍ତେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି କାର୍ୟ୍ୟକ୍ରମର ବିଜେଡ଼ି ପର୍ୟ୍ୟବେକ୍ଷକ ଚିତ୍ତକର୍ଣ୍ଣ,ବରିଷ୍ଠ ବିଜେଡ଼ି ନେତା ତାରିଣୀ ମହାପାତ୍ର, ବୌଦ୍ଧ ଏନ. ଏ. ସି ଚେୟାର ମ୍ୟାନ ମୃତ୍ୟୁଞ୍ଜୟ ମିଶ୍ର, ଅଶୋକ ଶାହୁ,ପୂର୍ଵତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ରବି ପ୍ରଧାନ, ସରୋଜ ପ୍ରଧାନ, ଅଶୋକ ସେଠୀ, ସୁଶାନ୍ତ ପ୍ରଧାନ, ସୁରେନ ପ୍ରଧାନ, ସୁଶାନ୍ତ ପ୍ରଧାନ, ଗରୁଡ଼ ପ୍ରଧାନଙ୍କ ସହ ଶତାଧିକ ମହିଳା ଏବଂ ପୁରୁଷ ସାମିଲ ହୋଇଥିଲେ ।



