www.samajalive.in
Friday, December 5, 2025
20.1 C
Bhubaneswar

୧୯ରେ ପୁଣି ଆସିବେ ପ୍ରଧାନମନ୍ତ୍ରୀ: ୨୦ରେ ରୋଡ୍ ଶୋ, ସଭା

ଭୁବନେଶ୍ଵର: ମୋଦୀଙ୍କ ଫୋକସ୍ ରେ ଓଡିଶା। ପୁଣି ନିର୍ବାଚନୀ ପ୍ରଚାର ଲାଗି ୧୯ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯ ତାରିଖ ଅର୍ଥାତ୍ ରବିବାର ସନ୍ଧ୍ୟାରେ ଭୁବନେଶ୍ଵରରେ ପହଞ୍ଚିବେ । ୨୦ ତାରିଖ ସକାଳ ୮ଟାରେ ପୁରୀ ଯିବେ ପ୍ରଧାନମନ୍ତ୍ରୀ । ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ରୋଡ୍ ଶୋ ପ​‌ରେ ସକାଳ ସାଢେ ୯ଟାରେ ଅନୁଗୁଳରେ ଆୟୋଜିତ ଏକ ସଭାରେ ଯୋଗଦେବେ ପିଏମ୍ ମୋଦି। ଅନୁଗୁଳ ପରେ କଟକ କିଲା ପଡିଆରେ ସାଢେ ୧୧ରେ ମୋଦି ସଭା କାର୍ଯ୍ୟକ୍ରମ ରହିଛି। ତେବେ ରବିବାର ସନ୍ଧ୍ୟାରେ ମୋଦି ଭୁବନେଶ୍ଵରରେ ପହଞ୍ଚିବା ପରେ ସେହିଦିନ ରାତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଚଳିତ ନିର୍ବାଚନକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ନିର୍ବାଚନରେ ପ୍ରଚାର ଲାଗି ମୋଦି ଏହାକୁ ମିଶାଇ ତୃତୀୟଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories