www.samajalive.in
Sunday, December 7, 2025
26.1 C
Bhubaneswar

ଏଲିଏନଙ୍କ ଟାର୍ଗେଟରେ ନକ୍ଷତ୍ରପୁଞ୍ଜ ; ତାରାଙ୍କ ଠାରୁ ଚୋରି କରୁଛନ୍ତି ଶକ୍ତି..

ନୂଆଦିଲ୍ଲୀ : ଏଲିଏନଙ୍କ ଟାର୍ଗେଟରେ ନକ୍ଷତ୍ରପୁଞ୍ଜ। ଏଭଳି ସଙ୍କେତ ମିଳୁଥିବା ବୈଜ୍ଞାନିକ ମାନେ ଦାବି କରିଛନ୍ତି। ପୃଥିବୀର ସବୁଠାରୁ ବଡ ଶକ୍ତି ଉତ୍ସ ହେଉଛି ସୂର୍ଯ୍ୟ। ଯଦି ସୂର୍ଯ୍ୟଙ୍କଠାରୁ ଆସୁଥିବା ସମସ୍ତ ଶକ୍ତି ବ୍ୟବହାର କରି ପାରିବା ତେବେ ବର୍ତ୍ତମାନ ଶକ୍ତିର ଆବଶ୍ୟକତା ପାଇଁ ଅନ୍ୟ କୌଣସି ଜିନିଷ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସୂର୍ଯ୍ୟଙ୍କ ପରି, ଆମର ନକ୍ଷତ୍ରପୁଞ୍ଜରେ ଲକ୍ଷ ଲକ୍ଷ ତାରା ଅଛନ୍ତି ଯେଉଁମାନେ କ୍ରମାଗତ ଭାବରେ ଶକ୍ତି ନିର୍ଗତ କରୁଛନ୍ତି। ତଥାପି,ଏହି ଶକ୍ତିକୁ ଶୋଷଣ କରିବା ପାଇଁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ନୂତନ ଶୈଳୀ ଏବଂ ଉତ୍ସଗୁଡ଼ିକର ଆବଶ୍ୟକତା ରହିଛି। ଯାହାର ବିକାଶ ମନୁଷ୍ୟ ଦ୍ୱାରା କରାଯାଉଛି। ମାତ୍ର ନକ୍ଷତ୍ରପୁଞ୍ଜରୁ ଦୂରରେ ଥିବା ଏଲିଏନ ସଭ୍ୟତା ବିକଶିତ ହେବା ସହ ସେମାନେ ତାରାଙ୍କ ଠାରୁ ଶକ୍ତି ନେଇ ବ୍ୟବହାର କରୁଛନ୍ତି। ଏଭଳି ସଙ୍କେତ ମିଳୁଥିବା ବୈଜ୍ଞାନିକ ମାନେ ଦାବି କରିଛନ୍ତି। କୁହାଯାଉଛି ଏଲିଏନ ନକ୍ଷତ୍ରପୁଞ୍ଜରୁ ଶକ୍ତି ଚୋରି କରୁଛନ୍ତି।

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

- Advertisement -

ଜ୍ୟୋର୍ତିବିଜ୍ଞାନୀମାନେ ଦାବି କରିଛନ୍ତି, ମିଲ୍କି ୱେ ନକ୍ଷତ୍ରପୁଞ୍ଜରେ ଏକ ଦୀର୍ଘ ସ୍ଥାପିତ ଏଲିଏନ ପାୱାର ପ୍ଲାଣ୍ଟର ସନ୍ଧାନ ମିଳିଛି। ଏହା ନକ୍ଷତ୍ରପୁଞ୍ଜରୁ ଶକ୍ତି ନେଇ ବ୍ୟବହାର କରାଯାଉଥିବା ଜଣାପଡିଛି। ନ୍ୟୁରଲ୍ ନେଟୱାର୍କ ଆଲଗୋରିଦମର ସହାୟତାରେ ମିଲ୍କି ୱେରେ ଲକ୍ଷ ଲକ୍ଷ ତାରକା ସର୍ଭେ କରାଯାଇଥିଲା, ଯେଉଁଥିରେ ୬୦ଟି ଏଭଳି ତାରକା ମିଳିଥିଲା, ଯାହା ଏକ ବଡ଼ ଏଲିଏନ ପାୱାର ପ୍ଲାଣ୍ଟ ଦ୍ୱାରା ଘେରି ରହିଥିବାର ଦେଖାଯାଉଥିଲା।

ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

ଜ୍ୟୋର୍ତିବିଜ୍ଞାନୀମାନେ କହିଛନ୍ତି ଏଲିଏନ ମାନେ ଅତ୍ୟାଧୁନିକ ପାୱାର ପ୍ଲାଣ୍ଟର ବ୍ୟବହାର କରି ତାରକାଙ୍କ ଠାରୁ ଶକ୍ତି ଚୋରି କରୁଥିବା ଏହା ଏକ ପ୍ରମାଣ ହୋଇପାରେ। ଜ୍ୟୋତିର୍ବିଜ୍ଞାନୀମାନେ ଏହିପରି ସାତୋଟି ତାରାଙ୍କୁ ଚିହ୍ନଟ କରିଛନ୍ତି ଯେଉଁଥିରେ ଏକ ରହସ୍ୟମୟ ଶକ୍ତି ବୃଦ୍ଧି ଚିହ୍ନଟ କରାଯାଇଛି। ଏହି ସାତୋଟି ତାରାଙ୍କ ଆକାର ସୂର୍ଯ୍ୟଙ୍କ ୬୦ ରୁ ୮ ପ୍ରତିଶତ ମଧ୍ୟରେ। ସେମାନଙ୍କଠାରୁ ବାହାରୁଥିବା ତାପମାତ୍ରା ବୃଦ୍ଧି ସୂଚାଇଥାଏ ଯେ ସମ୍ଭବତ ସେମାନଙ୍କର ଶକ୍ତି ଶୋଷିତ ହେଉଥିବା କୁହାଯାଉଛି। ଏକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଏହି ଦାବି କରିଛନ୍ତି।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories