ନୂଆଦିଲ୍ଲୀ: କାନରେ ଇୟର ଫୋନ୍ ଦେଇ ରେଳଲାଇନ୍ ପାର୍ ହେବା ପଡିଲା ମହଙ୍ଗା। ଟ୍ରେନ୍ ଧକ୍କାରେ ଦୁଇ ଭଉଣୀଙ୍କର ଜୀବନ ଚାଲିଯାଇଛି। ଉତ୍ତର ପ୍ରଦେଶ ଆଗ୍ରାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମୃତକ କିରଣ ଏବଂ ସରିତା ବୋଲି ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ତିନି ଉଭଣୀ ପାଖ ଗାଁରୁ ଭାଗବତ ପାଠ ଶୁଣି ଘରକୁ ଫେରୁଥିଲେ। କାନରେ ଇୟର ଫୋନ୍ ଦେଇ ନିକଟରେ ଥିବା ଏକ ରେଳ ଲାଇନ୍ ପାର୍ ହେଉଥିଲେ। କାନରେ ଇୟର ଫୋନ୍ ଦେଇଥିବାରୁ ଉଭୟ ଟ୍ରେନ୍ ଶଦ୍ଦ ଶୁଣିପାରିନଥିଲେ। ଫଳରେ ଟ୍ରେନ୍ ଧକ୍କାରେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଉଭଣୀଙ୍କ ପତ୍ତା ମିଳୁନି। ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସେପଟେ ଦୁଇ ଭଉଣୀଙ୍କ ଅଚାନକ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
Popular Categories


