www.samajalive.in
Monday, December 15, 2025
26.1 C
Bhubaneswar

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଆମ ଗାଁ-ଆମ ସାହିତ୍ୟ’ କାର୍ଯ୍ୟକ୍ରମ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଆମ ଗାଁ-ଆମ ସାହିତ୍ୟ’ ଆଲୋଚନାଚକ୍ର ସହ ଏକ ମନୋଜ୍ଞ କବିତା ପାଠୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ସଦସ୍ୟ କବି ପିନାକୀ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଭାବେ କବି ଦେବାଶିଷ ଚକ୍ରବର୍ତ୍ତୀ, କେନ୍ଦୁଝର ମାଟିର ଅନାଲୋଚିତ ପ୍ରତିଭା କବି କଙ୍କୁମ ନବକିଶୋର ମହାନ୍ତଙ୍କ କାଳଜୟୀ କାବ୍ୟ ରଚନାର ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ଭାବେ କବି ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଚିତ୍ତ ମିଶ୍ର ଓଡ଼ିଆ ସାହିତ୍ୟ ତଥା ବିଶ୍ୱ ସାହିତ୍ୟରେ ଗାଁ ର ଭୂମିକା ଓ ଗାଁ ର ପ୍ରେରଣାର ଉଦାହରଣ ରଖିଥିଲେ। ବରେଣ୍ୟ ଅତିଥି ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ କବି ଡ଼କ୍ଟର ସୁଧା ଦାଶ କବିତାରେ ଗାଁର ସ୍ୱରୂପ ଉପରେ ଆଲୋକ ପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସମାଜସେବୀ ଇଂ ବିଦ୍ୟାଧର ଦାସ ଓ ସମାଜସେବୀ ଅଜୟ କୁମାର ଦାଶ ପାଟଣା ଅଞ୍ଚଳର ଦିବଂଗତ କବି ଭିକାରୀ ଚରଣ ନାୟକ ଓ ଜଗଦାନନ୍ଦ ମିଶ୍ରଙ୍କ କାବ୍ୟ କବିତାରେ ଗାଁକୁ ଭଲ ପାଇବା ଘଟଣା ଉପସ୍ଥାପନ କରିବା ସହ ପ୍ରକୃତରେ ଗାଆଁରେ ସାହିତ୍ୟର ଯଥେଷ୍ଟ ଆଦର ଥିବା ମତ ରଖିଥିଲେ। କବି ପାର୍ଥସାରଥୀ ବେଜ୍ ଅତିଥି ପରିଚୟ ଓ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର ସ୍ୱାଗତ ଭାଷଣ ଦେବା ପରେ ମାତାରିଣୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନରୁ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା।
ସେହିପରି ମନୋଜ୍ଞ କବିତା ପାଠୋତ୍ସବ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସାଧାରଣ ସମ୍ପାଦକ ଡ଼ ଭାଗବତ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କବି ନୃସିଂହ ନାଥ ସିଂହ ଯୋଗଦେଇ ସାହିତ୍ୟର କାଳଜୟୀ ପ୍ରଭାବ ଓ ସାମାଜିକ ବିସଙ୍ଗତି ଦୁର କରିବାରେ ସାହିତ୍ୟ ହିଁ ସକ୍ଷମ ବୋଲି ମତ ରଖିଥିଲେ। କବି ପାର୍ଥସାରଥୀ ବେଜ୍ ଓ ଦେବଦର୍ଶନ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପଚାଷରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ସୁଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟର କ୍ରୀଡ଼ାଶିକ୍ଷକ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଓ ଜାତୀୟ ସେବା ଯୋଜନା,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ସାମିଲ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories