www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠାରୁ ସର୍ବଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା

କଟକ : ଓଡ଼ିଶା ପୁଲିସ ଆନୁକୂଲ୍ୟରେ ତୃତୀୟ ସର୍ବଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା ଚଳିତମାସ ୧୫ରୁ ୧୯ ପର୍ଯ୍ୟନ୍ତ କଟର ଜବାହାରଲାଲ୍‍ ନେହେରୁ ଇନ୍‍ଡୋର ଷ୍ଟାଡ଼ିୟମ ଓ ବାରବାଟୀ ଷ୍ଟାଡ଼ିୟମସ୍ଥିତ ସଚିନ ତେନ୍ଦୁଲକର ଇନ୍‍ଡୋର ହଲରେ ଆୟୋଜିତ ହେବ।
ଏହି ପ୍ରତିଯୋଗିତା ନିମନ୍ତେ ମାସ୍କଟ୍‍ ଏବଂ ଲୋଗାକୁ ବୁଧବାର ଓଡ଼ିଶା ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଇନ୍‍ଡୋର ଷ୍ଟାଡ଼ିୟମରେ ଉନ୍ମୋଚନ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କ୍ରୀଡ଼ା ମାସ୍କଟ୍‍ ‘ଓଲି’କୁ ଏହି ପ୍ରତିଯୋଗିତାର ମାସ୍କଟ୍‍ ଭାବେ ଗ୍ରହଣ କରାଯାଇଛି। ଏହି ପ୍ରତିଯୋଗିତାରେ ଜିମ୍ନାଷ୍ଟିକ୍‍, ଜୁଡୋ ଓ ଉଷୁ ବିଭାଗରେ ଖେଳାଳିମାନେ ଭାଗ ନେବେ। ମାସ୍କଟ୍‍ ଓ ଲୋଗା ଉନ୍ମୋଚନ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ ପ୍ରତିଯୋଗିତାରେ ୩୧ଟି ଦଳର ୧୧୦ଜଣ ପ୍ରତିଯୋଗୀ ଓ ଶତାଧିକ ଅଧିକାରୀ ଯୋଗ ଦେବେ। ଓଡ଼ିଶା ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ପୁଲିସ ମଧ୍ୟ ସର୍ବଭାରତୀୟ ପ୍ରତିଯୋଗିତା ଆୟୋଜନ କରିବା ଗୌରବର ବିଷୟ।
ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରତିଯୋଗିତା ପରିଚାଳନା କମିଟିର ଅଧ୍ୟକ୍ଷ ଅଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ମନୋଜ ଛାବ୍ରା ଓ ବିନୟତୋଷ ମିଶ୍ର ପରିଚାଳନା କମିଟିର ଉପାଧ୍ୟକ୍ଷ ଓ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିବେ। ଏହି ପ୍ରତିଯୋଗିତା ପାଇଁ ବିଭିନ୍ନ ଉପକମିଟି ମାନ ଗଠିତ ହୋଇଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତ୍‍, ପ୍ରଶିକ୍ଷକ ଓ ଅଧିକାରୀମାନଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରଖାଯାଇଛି। ଏହି ପ୍ରତିଯୋଗିତାର ଉଦ୍‍ଘାଟନ ଓ ଉଦ୍‍ଯାପନ କାର୍ଯ୍ୟକ୍ରମ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ହେବ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଓ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋର ସ୍ୱତନ୍ତ୍ର ନିର୍ଦେଶକ ଅରବିନ୍ଦ କୁମାର ଉଦ୍‍ଯାପନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ବ୍ୟତୀତ ବରିଷ୍ଠ ପୁଲିସ ଅଧିକାରୀ ଅମିତାଭ ଠାକୁର, ବିନୟତୋଷ ମିଶ୍ର ଓ ପିଏସ୍‍ ରଣପିସେ, ବିଭିନ୍ନ ଦଳର ଖେଳାଳି ଓ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories