www.samajalive.in
Monday, December 15, 2025
15.1 C
Bhubaneswar

ତୃଣମୂଳସ୍ତରୀୟ ତାଲିମ ଶିବିର

ବୌଦ୍ଧ: ସ୍ୱେଛାସେବୀ ଅନୁଷ୍ଠାନ ସୁରଭି ବାଉଁଶୁଣୀ ଦ୍ୱାରା ନାବାର୍ଡ ଭୁବନେଶ୍ୱରଙ୍କ ସହାୟତାରେ ବାଉଁଶୁଣୀଠାରେ ତୃଣମୂଳସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଦୀପକ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ମହିଳା ଉଦ୍ୟାଗିମାନେ କିପରି ସ୍ୱାବଲମ୍ବି ହୋଇପାରିବେ ତା ସହିତ ଋଣ ପରିଶୋଧରେ କଣ ସବୁ ଦୃଷ୍ଟି ଦେବାକୁ ପଡ଼ିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଆରସେଟି ତାଲିମଦାତା ଜନାର୍ଦ୍ଦନ ସାହୁ ବିଭିନ୍ନ ଉଦ୍ୟୋଗ ବିଷୟରେ ଆଲୋଚନା କରିବା ସହିତ ଛତୁ ଚାଷକୁ କିପରି ସଫଳତାର ସହିତ ଏକ ଉଦ୍ୟୋଗ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ସୁରଭି ନିର୍ଦ୍ଦେଶକ ଦାମୋଦର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବାଦରେ ଆଲୋଚନା କରିବା ସହିତ ମହିଳା ଉଦ୍ୟୋଗୀମାନେ କିପରି ସଫଳତା ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଜ୍ୟୋତି ସିଂହ ପରିଚାଳନା କରିଥିବାବେଳେ ରଞ୍ଜିତା ସେଠୀ, ପ୍ରମୋଦ ମଲ୍ଲିକ, ସୁଷମା ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ତପନ କୁମାର ମେହେର ସେ କିପରି ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି ତାଙ୍କର ଅନୁଭୁତି ପ୍ରକାଶ କରିଥିଲେ। ବାଉଁଶୁଣୀ, ଗୋଛାପଡ଼ା, ମନୁପାଲି ଗ୍ରାମପଞ୍ଚାୟତର ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories