ବୌଦ୍ଧ: ବୌଦ୍ଧଜିଲା ମିଳିତ ଅମଲା ମଞ୍ଚର ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଅମଲା ସଂଘ ବୌଦ୍ଧଜିଲା ସଂପାଦକ ସୁଦାମ ଚରଣ ମିଶ୍ର ଓ ରାଜସ୍ୱ ଅମଲା ସଂଘ ସଂପାଦକ ପ୍ରେମାନନ୍ଦ ମେହେରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗ୍ରେଡ ପେ ୪୨୦୦ଟଙ୍କା ଦାବି ହାସଲ ପାଇଁ ତ୍ୱରିତ ପଦକ୍ଷେପ ନେବା ସହିତ ସରକାରଙ୍କ ନିକଟରେ ଏହି ଦାବିକୁ ଉପସ୍ଥାପିତ କରାଇ ସ୍ନାତକ ଯୋଗ୍ୟତା ତଥା କମ୍ପୁଟର ଜ୍ଞାନ କୌଶଳ ଆଧାରରେ ଜିଲାସ୍ତରୀୟ କନିଷ୍ଠ ସହାୟକଙ୍କ ଦରମା ୪୨୦୦ ଟଙ୍କା ଗ୍ରେଡପେ କରାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ସମସ୍ତେ ଦୃଢ ସଂକଳ୍ପ ହୋଇଥିଲେ। ଆଗାମୀ ଦିନରେ ଯଦି ଅମଲା ମାନଙ୍କର ନ୍ୟାର୍ଯ୍ୟଦାବି ଗ୍ରେଡପେ ପୂରଣ ନ କରନ୍ତି ତେବେ ରାଜ୍ୟ ମିଳିତ ଅମଲା ମଞ୍ଚ ନିର୍ଦ୍ଦେଶରେ ଆନ୍ଦୋଳନାତ୍ମାକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବେ। ବୈଠକରେ ଜିଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଭାବରେ ମାନସ ରଞନ ସେଠୀ ଓ ଆବାହକ ଭାବରେ ସୁଦାମ ଚରଣ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ଓଡ଼ିଶା ଅମଲା, ରାଜସ୍ୱ ଅମଲା,ଟ୍ରେଜିରୀ ଅମଲା, ସବରେଜିଷ୍ଠାର ଅମଲା ପ୍ରମୁଖ ଅନ୍ୟାନ ଜିଲ୍ଲାସ୍ତରୀୟ ଅମଲା ସଂଘର କର୍ମକର୍ତ୍ତା, ସଦସ୍ୟ ମାନେ ଯୋଗ ଦେଇଥିଲେ।
Popular Categories



