www.samajalive.in
Sunday, December 14, 2025
26.1 C
Bhubaneswar

ସଂଗଠନ ଦୃଢତା ନେଇ ଗୁରୁମନ୍ତ୍ର ଦେଲେ ପୂର୍ବତନ ମନ୍ତ୍ରୀ

କଲମପୁର: ବିଜୁ ଜନତା ଦଳ ୪ କୋଟି ଓଡିଆଙ୍କ ଦଳ। ସମସ୍ତ ଓଡ଼ିଶାବାସୀଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କେବଳ କାମରେ ବିଶ୍ୱାସ ରଖୁଥିବା ବ୍ୟକ୍ତି। ବିରୋଧି କେବଳ ବିରୋଧ କରି ଜାଣନ୍ତି। କିନ୍ତୁ ଆମ ମୁଖ୍ୟ ମନ୍ତ୍ରୀ ତୃଣମୁଳସ୍ତରର ଲୋକଙ୍କ ବିକାଶ କିଭଳି ହେବ ସେନେଇ କାର୍ଯ୍ୟ କରନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ସାଂଗଠାନିକ ସ୍ଥିତ ମଜଭୁତ କିଭଳି ହେବ ସେନେଇ କଲମପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ଦେପୁର ଧାନ ମଣ୍ଡି ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ବ୍ଲକ ସଭାପତି ନବିନ କୁମାର ପଣ୍ଡା ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ବରିଷ୍ଟ ନେତା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନୀ, ଶେଷ ଦେବ ପାତ୍ର, ବିଜୁ ଛାତ୍ର ଜନତା ଦଳର ସଭାପତି ମିଲିନ ପାତ୍ର, ବିଜୁ ମହିଳା ସଂଗଠନର ସଭଆନେତ୍ରୀ ମଧୁଛନ୍ଦା ଭଞ୍ଜ, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ଯୁବନେତା ମନୋରଞ୍ଜନ ମୁଣ୍ଡ, ଅଭିନ୍ନ କୁମାର ସାହୁ, ଚନ୍ଦ୍ରମଣି ନିଆଲ ପ୍ରମଉଖ ଯୋଗ ଦେଇଥିଲେ। ଏହି କର୍ମୀ ସମ୍ମିଳନୀ ଅବସରରେ ନିକଟରେ ଚାକିରୀରୁ ଅବସର ନେଇଥିବା ଶିକ୍ଷାବିତ୍‌‌ ବାଲଗୋପାଳ ତେଣ୍ଡକାରୀ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ ନବୀନ ପଟ୍ଟନାୟକଙ୍କ ନେତୃ୍‌‌ତ୍ୱକୁ ଆଦର୍ଶ ମନେକରି ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories