www.samajalive.in
Monday, December 15, 2025
17.1 C
Bhubaneswar

ଶୂନ ଶ୍ରମିକରେ ଜନଶୁଣାଣି, ଶ୍ରମଜୀବି ଯୋଜନା ଉପରେ ପ୍ରଶ୍ନଚିହ୍ନ?

ହରଭଙ୍ଗା: ଓଡ଼ିଶା ସାମାଜିକ ସୁରକ୍ଷା ଉତରଦାୟିତ୍ୱ ଓ ସୁରକ୍ଷା ସମିତି ଆନୁକୂଲ୍ୟରେ ପ୍ରତି ୬ମାସରେ ଥରେ ମନରେଗା ଭଳି ଶ୍ରମଜୀବି ଯୋଜନାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ସରକାରୀ ତହବିଲରୁ ବ୍ୟାପକ ଅର୍ଥ ବ୍ୟୟ ମଧ୍ୟ କରାଯାଉଛି। ମାତ୍ର ସାମାଜିକ ସମୀକ୍ଷା ଭଳି ମହତ୍‌‌ କାର୍ଯ୍ୟକ୍ରମର ଗାଈଡଲାଇନକୁ ବ୍ଲକ ପ୍ରଶାସନିକ ଅଧିକାରୀ ବାରମ୍ବାର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ସମୀକ୍ଷା କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଛି।ବାସ୍ତବରେ ସରକାରଙ୍କ ଉଦେଶ୍ୟ ଏବଂ ଲକ୍ଷ୍ୟ ସାଧିତ ହେବାରେ ଘୋର ବ୍ୟତିକ୍ରମ ଦେଖାଯାଉଛି। ଏହା ସହ ଶ୍ରମଜୀବୀ ଯୋଜନାର ସଫଳ ରୂପାୟନ କିପରି ଚାଲିଛି ଗତ ବୁଧବାର ହରଭଙ୍ଗା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମକୁ ଲକ୍ଷ୍ୟକଲେ ବୁଝାପଡ଼ିଯାଉଛି। ପ୍ରକାଶ ଯେ ୨୦୧୭-୧୮ ମସିହାରୁ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହାର ମୂଳ ଲକ୍ଷ୍ୟ ହେଉଛି ଯୋଜନାର ସଫଳତା ଓ ଉତରଦାୟିତ୍ୱକୁ କାର୍ଯ୍ୟକାରୀ କରିବା। ସାମାଜିକ ସମୀକ୍ଷା ନିୟମ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ଏବଂ ଏହାର ଅଧିକାର ବିଷୟରେ ବୁଝେଇବା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଆବଶ୍ୟକତା ଏବଂ ଅଭିଯୋଗ ଉପରେ ଖୋଲାଖୋଲି ଆଲୋଚନା କରି ସେସବୁର ସମାଧାନ କରିବା। ଜନସାଧାରଣଙ୍କୁ ଯୋଜନାର ସଫଳତା ପାଇଁ ବିନିଯୋଗ କରିବା ଭଳି ଅନେକ ନିୟମାବଳୀ ରହିଛି। ସରକାରୀସ୍ତରରରେ ଏହାର ମୂଳ ଲକ୍ଷ୍ୟକୁ କାର୍ଯ୍ୟକାରୀ କରାଯିବା ବଦଳରେ ନାମକୁ ମାତ୍ର କାର୍ଯ୍ୟକ୍ରମ କରାଯିବା ପଛରେ ବଡଧରଣର ଦୁର୍ନୀତିର ଚେର ରହିଛି।ଦୁର୍ନୀତିଗ୍ରସ୍ତଙ୍କ ମୁଖା ଖୋଲିଯିବା ଭୟରେ ଏସବୁ କାର୍ଯ୍ୟକ୍ରମ କିଛି ହାତଗଣତି କର୍ମଚାରୀଙ୍କୁ ନେଇ ସାରିବା ସମୀକ୍ଷା କାର୍ଯ୍ୟକ୍ରମର ବଡ ବିଫଳତାକୁ ଦର୍ଶାଉଛି। ଶ୍ରମଜୀବି ପରିବାରଙ୍କ ଉଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ମନରେଗା ଭଳି ଲୋକାଭିମୁଖୀ ଯୋଜନାରେ ଶ୍ରମିକ ବଦଳରେ ମେସିନ ସାହାଯ୍ୟରେ ବେନିୟମ ଭାବେ କାର୍ଯ୍ୟ ସମ୍ପାଦନ କରାଯାଉଛି। ମନରେଗା ପ୍ରକଳ୍ପର ପ୍ରୋଗାମ ଏବଂ ସହକାରୀ ପ୍ରୋଗାମ ଅଫିସର କାର୍ଯ୍ୟ ତଦାରଖ ସଠିକ୍‌‌ଭାବେ କରୁନାହାଁନ୍ତି।ଯାହାଫଳରେ ୨୦୦୫ ମସିହାରୁ କାର୍ଯ୍ୟକାରୀ ହୋଇଥିବା ମନରେଗା ଯୋଜନା କେବଳ ମେସିନ ମାଲ୍ଲିକ, ଦଲାଲ ଏବଂ ଅସାଧୁ କର୍ମଚାରୀଙ୍କ ଭାତହାଣ୍ଡି ପାଲଟିଛି।

ଦୀର୍ଘ ୧୭ବର୍ଷ ମଧ୍ୟରେ ପୋଖରୀ ହେଉ କି ରାସ୍ତା କାର୍ଯ୍ୟ ବାରମ୍ବାର ଏହି ଯୋଜନାରେ ନିର୍ମାଣ ହେଉଥିବା ବେଳେ ତାହାର ଚିତ୍ର ବଦଳୁନଥିବା ଯୋଜନାର ବିଫଳତାକୁ ଦର୍ଶାଉଛି ଏବଂ ଏହା ପଛର ବଡଧରଣର ଏକ ର‍୍ୟାକେଟ୍‍ କାମକରୁଥିବା ଜଣାପଡ଼ିଛି।ବିଶେଷକରି ଏହି ଯୋଜନା ଦାୟିତ୍ୱରେ ଥିବା ଦୁର୍ନୀତିଗ୍ରସ୍ତ ଅଫିସର କେବଳ ଶ୍ରମଦିବସ ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ବେଳେ ଶ୍ରମିକଙ୍କ ସ୍ୱାର୍ଥ ଦିଗରେ ଆଖିବୁଜିଦେବା ସାର ହୋଇଛି। ଯୋଜନାର ସଫଳତା ପାଇଁ ଶ୍ରମିକମାନଙ୍କୁ ଏ ବାବଦରେ ବାରମ୍ବାର ସଚେତନତା କରିବା ବଦଳରେ ଯୋଜନାରୁ ଦୂରେଇ ଦେଇ ନିଜର ଲକ୍ଷ୍ୟସାଧାନ କରାଯାଉଛି। ହରଭଙ୍ଗା ବ୍ଲକରେ ପାଖାପାଖି ୩୫ହଜାରରୁ ଉର୍ଦ୍ଧ୍ବ ଜବକାର୍ଡଧାରୀ ଶ୍ରମିକ ରହିଥିବା ବେଳେ ଶୂନ ଶ୍ରମିକରେ କିପରି ସାମାଜିକ ସମୀକ୍ଷା କରାଗଲା ଏହା ଉପରେ ତଦ୍‌‌ନ୍ତ କରାଯିବା ସହିତ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବାବୁଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି। ନଚେତ୍‌‌ ମନରେଗା ଯୋଜନାର ସାମାଜିକ ସମୀକ୍ଷା ଆୟୋଜନ କେବଳ ସରକାରୀ ଅର୍ଥର ଅପଚୟ ଛଡା ଅନ୍ୟକିଛି ନୁହେଁ ବୋଲି ସାଧାରଣରେ ଦାବୀ ହେଉଛି। ଏ ଦିଗରେ ଓଡ଼ିଶା ସାମାଜିକ ସମୀକ୍ଷା ଉତରଦାୟିତ୍ୱ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories