www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ

ମାଲକାନଗିରି: ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ। ମାଲକାନଗିରି ଜିଲ୍ଲାର ଏମ ଭି ୭ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ରେ ଥିବା ଜମି ଭିତରେ ଏପରି ଏକ ହୃଦୟ ବିଦାରିତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ମୃତ ଝିଅ ନନ୍ଦେ ମାଡକାମୀ ଓ ପୁଅ ନବୀନ ମାଡକାମୀ ତମସା ପଞ୍ଚାୟତ ଆରୋ କଲୋନୀ ନିବାସୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତ ପୁଅ ଓ ଝିଅ ଆଗରୁ ପରସ୍ପରକୁ ଭଲ ପାଇଁ ଆସୁଥିଲେ। ଦୁହେଁ ଆଦିବାସୀ ଜାତିର ହୋଇଥିବାରୁ କୌଣସି କାରଣ ଯୋଗୁ ସେମାନଙ୍କ ପରିବାର ପ୍ରେମକୁ ସ୍ୱୀକାର କରିନଥିଲେ। ଝିଅଟିର ଗତ ବୁଧବାର ଦିନ ବିବାହ ନିଶ୍ଚିତ କରାଯାଇଥିଲା କିନ୍ତୁ ଗତ ମଙ୍ଗଳବାର ଦିନ ଝିଅ ଓ ପୁଅ ନିଖୋଜ ଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜା ଖୋଜି କରିଥିଲେ କିନ୍ତୁ ସେମାନଙ୍କ କୌଣସି ଖବର ମିଳିନଥିଲା। ଆଜି କିଛି ଲୋକ ଏମଭି ୭ ମୁଖ୍ୟ ରାସ୍ତା କଡ଼ ଜମିରେ ଦୁଇ ଜଣଙ୍କ ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ସେଠାରେ ନିଜ ପରିବାର ଲୋକେ ପହଁଚି ମୃତ ଦେହକୁ ଠାବ କରିଥିଲେ। ଅପର ପଟେ ଘଟଣାର ଖବର ପାଇଁ ମାଲକାନଗିରି ଏସଡିପିଓ ସଚିନ ପଟେଲ ଓ ଥାନା ଅଧିକାରୀ ରିଙ୍ଗାନ କିଣ୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଝିଅ ପୁଅ ନିକଟରେ ଦୁଇଟି ଗ୍ଲାସ ଥିବାରୁ ବିଷ ପିଇ ମୃତ୍ୟ ବରଣ କରୁଥିବା ଅନୁମାନ କରାଯାଉଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories