www.samajalive.in
Monday, December 15, 2025
26.1 C
Bhubaneswar

ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏଥିଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି। ରେଳବାଇ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ରାତି ପ୍ରାୟ ୭ଟା ୪୫ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କୋଚିଂ ଡିପୋ ଭିତରେ ଥିବା ବ୍ୟାଟେରି ଘରୁ ନିଆଁ ବାହାରିବା ଦେଖି କେତେକ କର୍ମଚାରୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଘର ଭିତରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ଯାଇଛି। ଘଟଣାସ୍ଥଳ ଠାରୁ ଅଳ୍ପ ଦୂରରେ କିଛି ରେଳ ଗାଡ଼ି ରହିଥିଲା। ସେଥିରେ କୌଣସି କ୍ଷତି ହୋଇନାହିଁ। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ରେଳ ସୁରକ୍ଷା ବଳ ଇନ୍ସପେକ୍ଟର ଅପରେଶ କୁମାର ବେହେରା କହିଛନ୍ତି।

କିଛିଦିନ ତଳେ ରେଳ ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମ ନିକଟ ବଣରେ ନିଆଁ ଲାଗିଥିଲା। ଏକ ବଡ଼ଧରଣର ଅଗ୍ନିକାଣ୍ଡରୁ ପୁରୀ-ଗୁଣୁପୁର ଟ୍ରେନ୍‌ ଅଳ୍ପକେ ବର୍ତ୍ତିଯାଇଥିଲା। ଗୁରୁବାର କୋଚିଂ ଡିପୋ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କାହା ଅବହେଳାରୁ ଏଭଳି ଅଘଟଣ ଘଟିଲା ସେଥିନେଇ ପୁଲିସ ତନାଘନା ଚଳାଇଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories