ପଦ୍ମପୁର: ଗଜପତି ଜିଲ୍ଲାର ଅନୁଗର ଅଂଚଳରୁ ଅରୁଣାଚଳ ପ୍ରଦେଶ ଦାଦନ ଖଟିବାକୁ ଯାଇ ଅସହାୟ ଅବସ୍ଥାରେ ଫେରିଛନ୍ତି ଜନ ବଡ ରଇତ ନାମକ ଜଣେ ବ୍ୟକ୍ତି। ନିଜ ଗର୍ଭବତୀ ସ୍ତ୍ରୀ ଊମ୍ଳିଳା ଶବରକୁ ପଦ୍ମପୁର ବ୍ଳକ ଅନ୍ତର୍ଗତ ଗୁଲୁଗୁଡା ସଂପର୍କୀୟ ଭାଣିଜ ବିଜୟୀ ଶବରଙ୍କ ଘରକୁ ଆଣିବା ପରେ ଉମ୍ଳିଳା ଶବର ପ୍ରସଵ ଯନ୍ତ୍ରଣା ହେବାରୁ ପଦ୍ମପୁର ମେଡିକାଲକୁ ଆଣିଥିଲେ। ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମାତ୍ର ଉଭୟ ଦାଦନ ଶ୍ରମିକ ସ୍ଵାମୀ ଓ ସ୍ତ୍ରୀ ଅରୁଣାଚଳ ପ୍ରଦେଶରୁ ଟ୍ରେନରେ ବହୁ କଷ୍ଟରେ ଭୋକିଲା ପେଟରେ ଗୁଲୁଗୁଡାର ଆଶା ସୁକାନ୍ତ ପ୍ରଧାନଙ୍କ ଦ୍ଵାରା ୧୦୨ ଆମ୍ବୁଲାନ୍ସରେ ପଦ୍ମପୁର ମେଡିକାଲରେ ପହଁଞ୍ଚିବା ପରେ ଉମ୍ଳିଳା ଶବର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ମାତ୍ର ଗରିବ ସାଙ୍ଗକୁ ସେମାନଙ୍କ ପାଖରେ ଖାଇବାକୁ ମଧ୍ୟ କିଛି ପଇସା ନଥିବାରୁ ମେଡିକାଲର ସ୍ଵାସ୍ଥ୍ୟ କର୍ମୀ ପ୍ରତିମା ବିଶୋଇ ଓ ମେଡିକାଲର ଶିବ ପଣ୍ଡା କିଛି ପିନ୍ଧିବା ଲୁଗା ଓ ବିସ୍କୁଟ ଦେଇ ଥିଲେ। ପରେ ପଦ୍ମପୁର ସରପଞ୍ଚ ପ୍ରକାଶ କଣ୍ଡାଗିର ପହଞ୍ଚି ଗର୍ଭବତୀ ମହିଳାଙ୍କୁ କ୍ଷୀର ବିସ୍କୁଟ ଆଦି ଦେଇଥିବା ବେଳେ ପଦ୍ମପୁର ବ୍ଳକ ଉପାଧ୍ୟକ୍ଷ ରମେଶ ସାହୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲେ। ଖବର ପାଇ ପଦ୍ମପୁର ବିଡିଓ ରିନା ପ୍ରଧାନ, ଗ୍ରାମ ସେବକ ଶ୍ୟମ ସୁନ୍ଦର ପାଣିଗ୍ରାହୀଙ୍କ ସହ ବ୍ଳକର କିଛି କମଚାରୀ ପହଞ୍ଚି ସେମାନଙ୍କୁ ସହଯୋଗ କରିଥିଲେ। ଗଜପତି ଜିଲ୍ଲା ଅଞ୍ଚଳର ଦାଦନ ଶ୍ରମିକ ହୋଇଥିବା ଯୋଗୁ ଓ ସେମାନଙ୍କ ଆଧାର କାର୍ଡ କି ଭୋଟ ପରିଚୟ ପତ୍ର ନଥିବାରୁ ସେମାନଙ୍କ ପ୍ରକୃତ ପରିଚୟ ଆଧାରରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ବିଡିଓ କହିଛନ୍ତି।
Popular Categories



