www.samajalive.in
Saturday, December 13, 2025
26.1 C
Bhubaneswar

ଅଚି଼ହ୍ନା ଲୋକଙ୍କ ପାଇଁ ଦେବଦୂତ ସାଜିଲେ ନାରାୟଣ

ଲଡୁଗାଁ: ଆମେ ଅନେକ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟତିକ୍ରମ ସମ୍ପର୍କରେ ଶୁଣୁ। ଗ୍ରାମାଞ୍ଚଳରେ ହେଉ ଅବା ରାଜଧାନୀରେ ରୋଗୀଙ୍କ ପାଇଁ ଡାକ୍ତରଖାନା ରହିଥିବା ବ୍ୟବସ୍ଥାରେ ଅନେକ ଅବ୍ୟବସ୍ଥା ଥିବା ସମ୍ପର୍କରେ ମଧ୍ୟ ଗଣମାଧ୍ୟମରେ ପ୍ରଚାର ହୋଇଥାଏ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ, ରାଜନୈତିକ ଦଳ ପକ୍ଷରୁ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇ, ଭଣ୍ଡାରରେ ରଖାଯାଇଥାଏ, ତଥାପି ରୋଗୀଙ୍କୁ ରକ୍ତ ଅଭାବ ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ହେଲେ ଆଜିବି ମାନବିକତା ବଞ୍ଚିଛି। ଲୋକେ ଅସହାୟଙ୍କୁ ସାହାଯ୍ୟର ହାତ ବଢାଇବା ଦେଖିବାକୁ ମିଲୁଛି। ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦାବ୍ରିଗୁଡା ଗାଁର ବିଷ୍ଣୁ ଚରଣ ଚୌଧୁୀରୀଙ୍କ ସାନ ପୁଅ ନାରାୟଣ ଚୌଧୁରୀ ଜଣେ ଅପରିଚିତ ରୋଗୀକୁ ରକ୍ତ ଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ସୁଚନାମତେ ସେ ଶୁକ୍ରବାର ଦିନ ପରୀକ୍ଷା ଦେଇ ଫେରୁ ଥିବା ସମୟ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ଜଣେ ନାବାଳକକୁ ଦେଖିଲେ। ନାବାଳକଟି ରକ୍ତ ଅଭାବ କାରଣରୁ ହଳଦିଆ ରଙ୍ଗର ଦେଖା ଯାଉଥାଏ। ତା ବାପା ରକ୍ତ ପାଇଁ ଚାଲି ଯାଉଥିବା ଲୋକଙ୍କ ପାଖରେ ନେହୁରା ହେଉଥାଏ। ଏହା ଦେଖି ନାରାୟଣ ଟିକେ ରହିଗଲେ। ପରେ ପଚାରି ବୁଝିବାରୁ ଜଣା ପଡ଼ିଲା ନାବାଳକକୁ ଥାଲାସେମିଆ ଅଛି ଓ ରକ୍ତର ଅଭାବ ଅଛି, ତୁରନ୍ତ ରକ୍ତ ଦରକାର। ନାରାୟଣ ଆଉ ବିଳମ୍ବ ନ କରି ସେଇ ଅଚି଼ହ୍ନା ଲୋକଙ୍କ ପାଇଁ ଦେବଦୂତ ସାଜି ନାବାଳକ ରୋଗୀକୁ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ। ପରୀକ୍ଷା ଗୋଟେ ଦିନ ପୂର୍ବରୁ ହିଁ ନାରାୟଣ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ। ପୂର୍ବରୁ ସେ ୟୁଥ୍ ପାର୍ଲିଆମେଣ୍ଟ ସଦସ୍ୟ ହୋଇ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ ଏବେ ଜଣେ ଅଜଣା ନାବାଳକକୁ ରକ୍ତ ଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ଆଗରୁ ଭୋଭିଡ ସମୟର ଥରେ ବ୍ଲଡ଼ ଓ ବ୍ଲଡ଼ ପ୍ଲେଟେଟ୍ ଦାନ କରିଛନ୍ତି ନାରାୟଣ। ଏ ସଂକ୍ରାନ୍ତରେ ଜାଣିବା ପରେ ତାଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ତରଫରୁ ସମସ୍ତେ ସାଧୁବାଦ ଜଣାଇବା ସହ ଏମିତି ଲୋକଙ୍କୁ ସେବା କରିବା ପାଇଁ ଆଶୀର୍ବାଦ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories