ଫୁଲବାଣୀ: ଫୁଲବାଣୀ ସଦର ଅବକାରୀ ବିଭାଗ ଗୁରୁବାର ଫୁଲବାଣୀ ବ୍ଲକ ବୁଢ଼ାଦାନୀ ଖେଳ ପଡିଆରେ ଚଢ଼ାଉ କରି ଏକ କାରରୁ ୯୦କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି। ସେ ହେଲେ ବୌଦ୍ଧ ଜିଲା ଶଗଡା ପଂଚାୟତ ସେସ୍କାପଦର ଗ୍ରାମର ଅଙ୍ଗୁର କହଁର। ମିଳିଥିବା ସୁଚନା ଅନୁସାରେ ଏକ କାରରେ ଗଂଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ସୁଚନା ମିଳିଥିଲା। ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଓଆଇସି ଭବାନୀ ଶଙ୍କର ସେଠୀ, ସାଗର ଭୋଇ ପ୍ରମୁଖ ଏହି ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରୁ ଆଉ ୩ ଜଣ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି।
Popular Categories



