MEllora 950×100

କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ହେବେ ଓମଫେଡ୍ ରାଜ୍ୟ ବୋର୍ଡର ଅଧ୍ୟକ୍ଷ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନୀ ରାଜ୍ୟ ଓମଫେଡ୍ ବୋର୍ଡର ଅଧ୍ୟକ୍ଷ ହେବେ। ସେ ଜଣେ ମାତ୍ର ପ୍ରାର୍ଥୀ ରାଜ୍ୟ ଓମଫେଡ୍ ବୋର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ କରିଥିବା ବେଳେ କେବଳ ଘୋଷଣା ବାକି ରହିଛି। ପୂର୍ବରୁ ସେ ବିକେଏନ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି ଓମଫେଡ୍ ସଭାପତି ରହିଥିଲେ। ସେ ବର୍ତ୍ତମାନ କୋକସରା ସରପଞ୍ଚ ସହ କୋକସରା କୃଷି ସମବାୟ ସମିତିର ସଭାପତି ମଧ୍ୟ ରହିଛନ୍ତି। ଶ୍ରୀ ପ୍ରଧାନୀଙ୍କୁ ରାଜ୍ୟର ଓମଫେଡ୍ ଅଧ୍ୟକ୍ଷ ହେବାନେଇ ଓମଫେଡର ଅଧିକାରୀ ଜେ. କେ.ପଟ୍ଟନାୟକ ସୁଚନା ଦେଇଛନ୍ତି।

Comments are closed.