www.samajalive.in
Sunday, December 14, 2025
26.1 C
Bhubaneswar

କଳିଙ୍ଗ ପାରମ୍ପରିକ ଖାଦ୍ୟ ମେଳା ଉଦଘାଟିତ

ଫୁଲବାଣୀ: ଫୁଲବାଣୀ କରନେସନ ପଡ଼ିଆ ଠାରେ ପ୍ରଥମ ଥର ପାଇଁ କଳିଙ୍ଗ ପାରମ୍ପରିକ ଖାଦ୍ୟ ମେଳା ୨୦୨୫ ଉଦଘାଟିତ ହୋଇ ଯାଇଛି। ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଏହାକୁ ଆୟୋଜନ କରୁଛି କଳିଙ୍ଗ ପାରମ୍ପରିକ ଖାଦ୍ୟ ମେଳା ୨୦୨୫, ଏହି ମେଳା ଦୀର୍ଘ ୧୦ ଦିନ ଧରି ଚାଲିବ। ଓଡିଶାର ବିଭିନ୍ନ ଜିଲ୍ଲାରୁ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ଏହି ମେଳାରେ ଖାଇବାକୁ ପାଇବେ।

ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ ପାରମ୍ପରିକ ଖାଦ୍ୟ ମେଳାର ଅଧକ୍ଷ ସୁନୀଲ ବିଶ୍ୱାଳଙ୍କ, ଉପ ଅଧ୍ୟକ୍ଷ ଶିବାନନ୍ଦ ପଟ୍ଟନାୟକ, ସମ୍ପାଦକ ଅଜିତ ମହାରଣା, ସହ ସମ୍ପାଦକ ଡ଼ଃ କାହ୍ନୁ ଚରଣ ଶତପଥୀ, କୋଷାଧକ୍ଷ ସୂର୍ଯ୍ୟ ନାରାୟଣ ବେହେରା, ସଦସ୍ୟ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପଣ୍ଡା, ଲଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାମୀ ଚିଦାନନ୍ଦ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା। ପ୍ରତିଦିନ ସନ୍ଧ୍ୟାରେ ଖାଦ୍ୟ ମେଳା ସହ ଜଣାଶୁଣା ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ଏବଂ ମଧୁସ୍ମିତା ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଡ଼ଃ କାହ୍ନୁ ଚରଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories