www.samajalive.in
Sunday, December 14, 2025
23.1 C
Bhubaneswar

ମାଟ୍ରିକ ଏ୧ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ଚଳିତ ବର୍ଷ ହାଇସ୍କୁଲ ମାଟ୍ରିକ ପରୀକ୍ଷାରେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲର ଏ-୧ ଗ୍ରେଡ ପାଇ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଜୁହାର ପରିବାର ଓ ଆଦର୍ଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ।ମନେ ଉତ୍ତମ ନାଗରିକ ହେବା ସହିତ ସମାଜ ଓ ଦେଶ ମାତୃକାର ସେବାରେ ନିଜକୁ ସମର୍ପିତ କରିବା ପାଇଁ ସଂକଳ୍ପ ନେଇଛନ୍ତି। ଗୁରୁବାର ସ୍ଥାନୀୟ ଧନୁପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀ, ସେମାନଙ୍କର ପିତାମାତା ଓ ଶିକ୍ଷକ ମାନଙ୍କୁ ସମ୍ମାନ ଦିଆଯାଇଥିଲା।

ଜୁହାର ପରିବାର ସଂଯୋଜକ ପ୍ରଫୁଲ୍ଲ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଡ. ପରେଶ ଚନ୍ଦ୍ର ଦାନୀ ମୁଖ୍ୟ ଅତିଥି ଓ ଡ. ଦେବେନ୍ଦ୍ର କୁମାର ପଣ୍ଡା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ସମୟର ସଦବିନିଯୋଗ କରି, ଈଶ୍ୱରୀୟ କୃପା ଲାଭ ପୁର୍ବକ ଜୀବନରେ ସର୍ବଦା ସତ ମାର୍ଗରେ ଗତି କରିବା ଓ ରାଷ୍ଟ୍ରର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ। ଜୁହାର ପରିବାରର ଆବାହକ ଡ. ସତ୍ୟ ନାରାୟଣ ଠାକୁର ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିବା ବେଳେ ଆଦର୍ଶର କାର୍ଯ୍ୟକର୍ତ୍ତା ରଞ୍ଜନ କୁମାର ନାଏକ ସ୍ୱାଗତ ଭାଷଣ, ବରିଷ୍ଠ ସଦସ୍ୟା ଜେ. ଗିରିଜା ଦେବୀ ମନ୍ତ୍ର ଧ୍ୱନୀ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଜ୍ୟୋତି ଶତପଥୀ, ଯାମିନୀ ଠାକୁର, ପଙ୍କଜିନୀ ମେହେର, ମନୋରଞ୍ଜନ ବାବୁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories