www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁର ସହରରେ ଆଉ ଏକ ୧୧ କେଭି ଭୂତଳ ଲାଇନର ଶୁଭାରମ୍ଭ

ସମ୍ବଲପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ପକ୍ଷରୁ ଅଇଁଠାପାଲି ସ୍ଥିତ ୩୩/୧୧ କେ.ଭି. ପାୱାର୍ ସବଷ୍ଟେସନ୍ ଠାରୁ ସମ୍ବଲପୁର ସହରର ଜ୍ୟୋତି ମାର୍କେଟ ପର୍ଯ୍ୟନ୍ତ ୧.୯ ସର୍କିଟ କିଲୋମିଟର ଦୂର ବିଶିଷ୍ଟ ପର୍ଯ୍ୟନ୍ତ ଏକ ନୂତନ ୧୧ କେ.ଭି. ଭୂତଳ ବିଦ୍ୟୁତ୍ ଲାଇନ୍ ପ୍ରକଳ୍ପର ସଫଳତାର ସହିତ ସମାପ୍ତି କରାଯିବା ସହ ବୁଧବାର ଏହାକୁ ଆନୁଷ୍ଠାନିକ ଭାବରେ ଚାର୍ଜ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି।

ଏହି ପ୍ରକଳ୍ପ ପାଇଁ କମ୍ପାନୀ ପକ୍ଷରୁ ୧.୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି। ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି, ସମ୍ୱଲପୁର ସହର ଅନ୍ତର୍ଗତ ବୁଢାରାଜା, ଫାଟକ୍, ଜ୍ୟୋତି ମାର୍କେଟ, ଦେହୁରିପାଲି, ଶାନ୍ତି ନଗର ଏବଂ ମାତୃ ବିହାର ଭଳି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକୁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା। ଯାହା ଦ୍ୱାରା ଏହି ଅଞ୍ଚଳ ଗୁଡ଼ିକରେ ୫ ହଜାରରୁ ଅଧିକ ବ୍ୟବସାୟୀକ ତଥା ଘରୋଇ ଗ୍ରାହକ ଉପକୃତ ହୋଇପାରିବେ।

- Advertisement -

ପୂର୍ବରୁ, ଏହି ଅଞ୍ଚଳ ଗୁଡ଼ିକ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟର ସମ୍ମୁଖୀନ ହେଉଥିଲା। ବିଶେଷକରି କାଳବୈଶାଖୀ ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଅଞ୍ଚଳର ବିଦ୍ୟମାନ ଓଭରହେଡ୍ ୧୧ କେ.ଭି. ଫାଟକ୍ ଫିଡରରେ ଅନେକ କ୍ଷୟକ୍ଷତି ଘଟୁଥିଲା। ଫଳରେ ଉକ୍ତ ଅଞ୍ଚଳମାନଙ୍କରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଥିଲା। ତେବେ ଏହି ନୂତନ ଭୂତଳ କେବୁଲ ବିଦ୍ୟମାନ ୧୧ କେ.ଭି. ଫାଟକ୍ ଓଭରହେଡ୍ ଫିଡର୍ ଲାଇନର ଏକ ବିକଳ୍ପ ଭାବରେ କାର୍ଯ୍ୟ କରିବ, ଯାହା ଫିଡର୍ ଲାଇନରେ କ୍ଷଣ ସ୍ଥାୟୀ ତ୍ରୁଟି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍ ସେବା ବ୍ୟାଘାତକୁ ହ୍ରାସ କରିବା ସବ ବିଦ୍ୟୁତ୍ ଯୋଗାଣର ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ। ସେହିପରି ଏହି ପ୍ରକଳ୍ପ ସମ୍ବଲପୁର ଟାଉନର ଏକ ପ୍ରମୁଖ ଉତ୍ସବ ଶୀତଳ ଷଷ୍ଠୀ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ ସମର୍ଥନ କରିବ ବୋଲି ମଧ୍ୟ ଆଶା କରାଯାଉଛି ବୋଲି ବିଜୁଳି ବିତରଣ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories