www.samajalive.in
Sunday, December 14, 2025
26.1 C
Bhubaneswar

ସବୁଜ ଜହର ଚାଲାଣବେଳେ ୩ ମହିଳାଙ୍କୁ କାବୁ କଲା ପୁଲିସ୍ 

ଜି ଉଦୟଗିରି : ସବୁଜ ଜହର ଚାଲାଣ ଅଭଯୋଗରେ ଆଜି ଜି ଉଦୟଗିରି ପୁଲିସ୍  ଖାବର ପାଇ ଜିଲ୍ଲାର ବିଭିନ୍ନ ବ୍ଲକର ତିନି ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଦିନକୁ ଦିନ ସବୁଜ ଜହର କାରାବାର ଯୋରଜାର ହେଉଥିବାବେଳେ ବିଭିନ୍ନ ତରିକା ଅବଲମ୍ବନ କରି ମହିଳା ଦ୍ଵାରା ଚାଲାଣ କରୁଥିବା ଭଳି ନଜିର ଦେଖିବାକୁ ମିଳିଛି। ଆଜି ଜି ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ, ଏସ ଆଇ ରଞ୍ଜିତା ବେହେରା ଓ ସଦଳବଳେ କୌଣସି ସୁତ୍ରରୁ ଖବର ପାଇ ଜି ଉଦୟଗିରି ଥାନା ଅନ୍ତର୍ଗତ ଜବେଡି ଯାତ୍ରୀ ବିଶ୍ରାମଗାରାରୁ କନ୍ଧମାଳ ଜିଲ୍ଲାର ପିଙ୍କି ପ୍ରଧାନ ୪୦, ରାଇକିଆ, ରେଖା ମହାନନ୍ଦ ୨୨ ଖଜୁରୀପଡ଼ା ଓ ବବିତା କରଣ ୩୦ ଫିରିଙ୍ଗିଆକୁ ଜବେଦି ଯାତ୍ରୀ ବିଶ୍ରାମାଗାରା ଠାରେ ବାହାରକୁ ଚାଲାଣର ମସୁଧା କରୁଥିବା ବେଳେ ଜି ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ, ଏସ ଆଇ ରଞ୍ଜିତା ବେହେରା ଓ ସଦଳବଳେ କାବୁ କରି ୧୬କେଜି ୫୦୦ଗ୍ରାମ ଜବତ କରିବା ସହ କେସ ନୋ ୮୭/୨୫, ଦଫା ୨୦(b) ( ii)(  B) ଅଫ୍ ଏନ୍ ଡି ପି ଏସ ଆଇନ ବଳରେ ଗିରଫ କରି ବାଲିଗୁଡ଼ା କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories