www.samajalive.in
Sunday, December 14, 2025
26.1 C
Bhubaneswar

ଜିଲ୍ଲା ପ୍ରଶାସନ ତରଫରୁ ବାଇକ ରାଲି ଅନୁଷ୍ଠିତ

ଫୁଲବାଣୀ: ରାଷ୍ଟ୍ରହିତରେ ନିୟୋଜିତ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସନ୍ଦେଶ ପରିପ୍ରେକ୍ଷୀରେ ଏକ ସଚେତନତା ବାର୍ତ୍ତା ପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ଏହି ବାଇକ ରାଲିର ଶୁଭାରମ୍ଭ କରିଥିଲେ। ରାଲିଟି କନ୍ଧମାଳ ଷ୍ଟାଡିୟମରୁ ବାହାରି ଫୁଲବାଣୀ ସହର ପରିକ୍ରମା କରି କୋରୋନେସନ୍ ପଡ଼ିଆ ଠାରେ ଶେଷ ହୋଇଥିଲା। ଏହି ବାଇକ ରାଲିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ ଭିକାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ସରକାରୀ ଅଧିକାରୀ, ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ସାଧାରଣ ଜନତା ଓ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଦେଶ ପାଇଁ ନିଜର ସେବା ଓ ତ୍ୟାଗ ନିମନ୍ତେ ବୀର ଯବାନମାନଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories